ନେହେରୁ ଯୁବ କେନ୍ଦ୍ରପକ୍ଷରୁ ବୃକ୍ଷରୋପଣ ଓ କରୋନା ସଚେତନତା

0 122

ପାରଳାଖେମୁଣ୍ଡି,୧୩/୮- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ଟିବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବୃ ରୋପଣ ଓ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥି ସକାଶେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଳକରେ ସ୍ୱଚ୍ଛ ଭାରତ, ସବୁଜ ଭାରତ ଉପଲକ୍ଷେ ସଫେଇ ସହ ବୃକ୍ଷ ରୋପଣ ଏହା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଗୁଡିକ ଅବଲମ୍ବନ କରାଯାଉଛି । ଏହିଉପଲକ୍ଷେ ମୋହନା ବ୍ଳକର କ୍ରିଷ୍ଟପୁର ଗ୍ରାମରେ ସାଧୁସେବା ସ୍କାନ ୟୁଥ କ୍ଲବର ସଦସ୍ୟମାନେ ମିଳିତ ହୋଇ ସାହିରେ ଘର ଗୁଡିକରେ ପ୍ରଚାରପତ୍ର ବଣ୍ଟନ କରିଥିଲେ । ସେମାନଙ୍କୁ କରୋନାର ଉପରେ ସଚେତନତା କରାଯାଇଥିଲା । ଠିକ ସେହି ପରି ଗୁମ୍ମା ବ୍ଳକର ଝାମି ଗ୍ରାମରେ ୟୁଥ କ୍ଲବ ତୁମଳର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ ସହ ବୃକ୍ଷରୋପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five + 11 =