ସମ୍ବଲପୁର :ସମ୍ବଲପୁରରେ କରୋନାର ହଟସ୍ପଟ ସାଜିଥିବା ଷ୍ଟେସନ ପଡ଼ାରେ ଗୋଟିଏ ପରିବାରର ତିନି ଜଣଙ୍କ ପ୍ରାଣ ଗଲାଣି ଓ ଏହି ତିନୋଟି ଯାକ ପ୍ରାଣ ନେଇଛି କରୋନା, ଯାହାକି ଏଠାରେ ସର୍ବତ୍ର ଚର୍ଚ୍ଚାର ବିଷୟ ସୋଇଛି । ସେମାନଙ୍କ ମଧ୍ୟରୁ ଏଠାକାର ଜଣେ ଲୋକପ୍ରିୟ ସରକାରୀ ଚିକିତ୍ସକ ଡ଼ା କୁଳମଣି ସୁନା ଓ ତାଙ୍କର ମାତାଙ୍କ ମୃତ୍ୟୁ କରୋନା ସ°କ୍ରମଣ ଯୋଗୁଁ ଆଗରୁ ହୋଇଥିଲା । ପୁଣି ଗତକାଲି ଡାକ୍ତରଙ୍କ ଜଣେ ସମ୍ପର୍କୀୟ କିଶୋର ସୁଗ୍ରୀ (୪୨) ଙ୍କ ମୃତ୍ୟୁ ମଧ୍ୟ କରୋନା ସ°କ୍ରମଣରୁ ହୋଇଛି ଓ ଏମାନେ ତିନିହେଁ ସ୍ଥାନୀୟ ଷ୍ଟେସନ ପଡ଼ା ନିବାସୀ ବୋଲି ଜଣା ପଡିଛି । କରୋନା ସ°କ୍ରମଣର ଏହି କରାଳ ରୂପ ଏଠାରେ ସମସ୍ତଙ୍କୁ ମର୍ମାହତ ଓ ଭୟଭୀତ କରିଛି । ଗତ ଏକ ସପ୍ତାହ ମଧ୍ୟରେ ସ୍ଥାନୀୟ ଷ୍ଟେସନ ପଡ଼ାରେ ପ୍ରାୟ ଦୁଇ ଶହ ପାଖାପାଖି ଲୋକ କରୋନା ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି, ଯାହାକି ଜିଲ୍ଲାରେ ଅନ୍ୟ ଏକ ସାହି କି ପଡ଼ାରେ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ । ସମ୍ବଲପୁର ରେଲ ଷ୍ଟେସନର ପଛପଟେ ଏକ ତଳିଆ ବସ୍ତି ରୂପେ ଏହି ଷ୍ଟେସନ ପଡ଼ା ଗଢି ଉଠିଛି ଓ ସେଠାକାର ପ୍ରତ୍ୟେକ ନିବାସୀ ଗରିବ ଓ ଖଟିଖିଆ, ଏଣୁ ସାମ୍ପ୍ରତିକ ପରିସ୍ଥିତି ରେ ସେମାନଙ୍କ ଦୁଃଖର କଳନା କରିହେଉ ନାହିଁ ।