ପାରଳାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 88

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ଆମ ପରିବାର ପକ୍ଷରୁ ଷଷ୍ଠ ଦିନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇ ଥିବାବେଳେ ଏହା ଜାରି ରହିଛି ଷଷ୍ଠ ଦିନ ମଧ୍ୟରେ ଜିଲ୍ଲାରେ ୧୨୮ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବା ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ,ଜିଲ୍ଲା ଯୁବ ବିଜେଡି ସଭାପତି ଏସ ଲିଙ୍ଗରାଜଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପାରଳା ରକ୍ତ ଭଣ୍ଡାରର କର୍ମଚାରୀ ଖଗେଶ୍ୱର ବେହେରା ସହଯୋଗ କରିଥିଲେ ।
//

hiranchal ad1
Leave A Reply

Your email address will not be published.

19 + two =