ଆଜି ୩୫ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୪୮୧ରେ ପହଞ୍ଚିଲା

0 87

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ୨୨୪୪ ଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୩୫ ଜଣ ରହିଛନ୍ତି । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହଟଙ୍କ ମୋଟ ସଂଖ୍ୟା ୧୪୮୧ ରେ ପହଞ୍ଚିଛି । ବର୍ତ୍ତମାନ ସମଗ୍ର ଜିଲ୍ଲାରେ ସବୁଠାରୁ ଗମ୍ଭୀର ସ୍ଥିତି ଏଠାକାର ମହାନଗର ଅଞ୍ଚଳ ରେ ଦେଖାଯାଇଛି ଓ ଅଧିକାପ୍ସଶ ପଜିଟିଭ ଚିହ୍ନଟ ଏଠାରେ କରାଯାଉଛି । ସମଗ୍ର ରାଜ୍ୟ ସହିତ ଏହି ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ରହିଥିବା ସତ୍ତ୍ୱେ ଏଠାରେ ସମ୍ବଲପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏଥିରୁ ଅତି ଉତ୍ସାହିତ ହୋଇ ଜନସାଧାରଣ ନିଶ୍ଚିନ୍ତ ହୋଇଯାଇଛନ୍ତି, ଯାହା ଫଳରେ ଏଠାରେ କରୋନା କଟକଣା କାର୍ଯ୍ୟକାରୀ ହେଲାପରି ଦିଶୁନାହିଁ । ପ୍ରମୁଖ ଛକମାନଙ୍କରେ ପୁଲିସ ମୁତୟନ ସତ୍ତ୍ୱେ ଲୋକଙ୍କ ଯିବା ଆସିବା ଚାଲିଛି । ଏବିଷୟରେ ମତାମତ ନେବାରୁ ଜଣା ପଡିଛି ଯେ ଏତେ ଦୀର୍ଘ ଦିନ ପର୍ଯ୍ୟନ୍ତ କଟକଣାରେ ରହି ଥିବାରୁ ଲୋକଙ୍କ ରୋଜଗାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି ଓ ଏଥିରେ ଅତିଷ୍ଠ ହୋଇ ଲୋକେ ଆଉ କିଛି ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି । ଏହାଦ୍ୱାରା ଆଗାମୀ ଦିନରେ ସ୍ଥିତି ଆହୁରି ବିଗଡିବା ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

three × two =