ହରଭଙ୍ଗାବ୍ଲକର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନକଲେ ଉପଜିଲ୍ଲାପାଳ, ଗୋଟିଏ ଦିନରେ ୧୮୭ ଜଣଙ୍କୁ କରାଗଲା ଟିକାକରଣ

0 905

ହରଭଙ୍ଗା୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ଦିଆଯାଉଥିବା ଟିକାକରଣ କେନ୍ଦ୍ରକୁ ଆଜି ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସ୍ୱତନ୍ତ୍ର ଭାବେ ପରିଦର୍ଶନରେ ଆସି ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଆସିଥିବା ଲୋକମାନଙ୍କୁ ସିଧାସଳଖ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ପରେ ମେଡିକାଲ୍‌ରେ ଟିକାକରଣ କରିବାପାଇଁ କଣ ସମସ୍ୟା ରହୁଥିବା ନେଇ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଟିକାକରଣ କେନ୍ଦ୍ରକୁ ଆସୁଥିବା ଲୋକମାନେ କିପରି ସୁବିଧାରେ ରହି ଟିକାନେବେ ଏବଂ ଟିକାକରଣ କେନ୍ଦ୍ର ଆଗରେ ଖରାରୁ ରକ୍ଷା ପାଇଁ ଲୋକଙ୍କ ପାଇଁ ବ୍ୟବସ୍ଥା କରିବାକୁ ହରଭଙ୍ଗା ତହସିଲ୍‌ଦାର୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ହରଭଙ୍ଗା ତହସିଲ୍‌ଦାର୍‌ ଶମ୍ବୁପ୍ରସାଦ ମିଶ୍ର, ଅତିରିକ୍ତ ତହସିଲ୍‌ଦାର୍‌ ହରିଓମ୍‌ ଭୋଇ ପମୁଖ ଉପସ୍ଥିତ ଥିଲେ । ସେହିପରି ଆଜି ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୯୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ସେଥିମଧ୍ୟରୁ ସାମ୍ବାଦିକ ଭାଗବତ ମେହେରଙ୍କୁ ପଥମ ଡୋଜ୍‌ ଟିକା ଦିଆଯାଇଥିଲା ବାକି ୯୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଧଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା କରଣ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । । ଉକ୍ତ କାଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + one =