ବୌଦ୍ଧଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି କେଉଁ କାମକୁ !

0 2,312

ବୌଦ୍ଧ,୯/୫- ମହାପ୍ରୟାଣ ଗାଡି ଶବ ନେବା ପାଇଁ ନ ମିଳିବାରୁ ଜଣେ ମୃତକଙ୍କ ଶବ ଘଣ୍ଟାଘଣ୍ଟା ଧରି ପଡିରହିବା ଓ ପରିବାର ଲୋକ ପ୍ରାୟ ଅଧା କିଲୋମିଟର ଦୂର ବୋହି ବୋହି ନେବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନାମତେ ଗତକାଲି ହରଭଙ୍ଗା ବ୍ଲକ ସଙ୍କୁଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ(୬୫) ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ ହେବାରୁ ତାଙ୍କୁ ବୌଦ୍ଧ ଡାକ୍ତଖାନାକୁ ଅଣାଯାଇଥିଲା । ରାତି ୨ ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ସେ ମହାପ୍ରୟାଣ ଗାଡି ଚାଳକଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଗାଡି ଖରାପ ଅଛି ବୋଲି କହି ଦେ ବୋଲି କହିଲେ କିନ୍ତୁ ରାତି ୧୦ ଟା ସମୟରେ ଚାଳକ ଟିକେଟ କାଉଣ୍ଟରରେ ଆସି କହୁଥିଲେ ଯେ ଏଠି ଗାଡି ରହିଲେ ରାତିରେ ଶୁଆଇ ଦେବେନାହିଁ ତେଣୁ ଗାଡି କୋଭିଡ଼ ସେଣ୍ଟରରେ ରଖିଦେଇ ମୁଁ ଘରକୁ ପଳାଇବି,ଏକଥା ନିଜେ ରୋଗୀଙ୍କ ପୁଅ ସୁଶାନ୍ତ ଦାଶ ଓ ବଡୁପୁଅ ଗଜେନ୍ଦ୍ର ଦାଶ ନିଜେ ଶୁଣିଛନ୍ତି । ସମସ୍ତ ଚେଷ୍ଟା ବିଫଳ ହେବାପରେ ଜୀବନଜ୍ୟୋତିର ସାମାଜସେବୀ ପ୍ରଶାନ୍ତ ବିଶିଙ୍କ ସହ ଯୋଗାଯୋଗ କରିବାରୁ ସେ ସିଡିଏମଓଙ୍କୁ ଜଣାଇ ଥିଲେ ମଧ୍ୟ କିଛି କିଛି ସୁଫଳ ମିଳିଲାନାହିଁ । ଚାଳକ ତ ଫୋନ ରିସିଭ କରୁନାହିଁ ସକାଳ ପାଇଯାଉ ଦେଖିବା ବୋଲି ସିଡିଏମଓ କହିଥିବା ଅଭିଯୋଗ ହୋଇଛି । ଶେଷରେ ନିରୁପାୟ ହୋଇ ଦୁଇ ଭାଇ ଶବ ବୋହି ପ୍ରାୟ ଅଧା କିଲୋମିଟର ଆସିବା ପରେ ଗୋଟିଏ ଅଟୋ କରି ଗାଆଁକୁ ଆଣିଥିଲେ । ଲୋକଙ୍କ ଆବଶ୍ୟକ ବେଳେ ଶବ ବାହକ ଗାଡି ଥାଇ ମଧ୍ୟ କାମରେ ଆସୁନଥିବାକୁ ବୁଦ୍ଧିଜୀବି ମହଲରେ ଗଭୀର ଉଦବେଗ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

two × 3 =