ସଟ୍‌ଡାଉନରେ ଖୋଲାଅଛି ଦୈନିକ ପରିବା ବଜାର

0 778

ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି । ସୋମବାର ରୁ ଶୁକ୍ରବାର ସକାଳ ୬ରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଆଯାଇଥିବାବେଳେ ବାଉଁଶୁଣୀ ଅଞ୍ଚଳରେ ଦୈନିକ ପରିବା ବଜାର ପ୍ରତ୍ୟେକଦିନ ସବୁବେଳେ ଖୋଲୁଥିବା ଦେଖିବାକୁ ମିଳୁଛି । ଫଳରେ ଲୋକଙ୍କ ଭିଡ ଜମୁଛି । ବାଉଁଶୁଣୀ ଛକର ଦମକଳ ଅଫିସ ସମ୍ମୁଖରେ ଓ ଛକରେ ଥିବା ଚା’ ଦୋକାନ, ହୋଟେଲ, ଢ଼ାବା, କପଡା, ଫେନ୍ସି ଦୋକାନ ମଧ୍ୟ ଖୋଲାଯାଉଥିବା ଦେଖିବାକୁ ମିଳୁଛି । ଏଥି ସହିତ ଢ଼ାବାରେ ହୋମଡେଲିଭରି ଦେବାକୁ ଅନୁମତି ଥିବାବେଳେ ଏହାର ଉଲ୍ଲଂଘନ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । କିଛି ଦିନ ତଳେ ବାଉଁଶୁଣୀ ଅଞ୍ଚଳରେ ଜିଲା ପ୍ରଶାସନ ତରଫରୁ ପ୍ରଚାର ଗାଡି ଯୋଗେ ଲୋକଙ୍କୁ ସଚେତନ କରାଯାଇଥିବାବେଳେ ବାଉଁଶୁଣୀ ଥାନା ତରଫରୁ ଦୈନିକ ପରିବା ବଜାର ବନ୍ଦ କରାଯାଇଥିଲା, ତଥାପି ଲୋକେ କଟକଣାକୁ ମାନୁନାହାନ୍ତି । ତୁରନ୍ତ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

four × 4 =