ଗଜପତି,୨୯/୫- ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଦ୍ୱିତୀୟ ଲହର ସମୟରେ ଅଙ୍ଗନବାଡି କର୍ମଚାରୀଙ୍କ ସୁରକ୍ଷାକୁ ଅଣଦେଖା ପ୍ରତିବାଦରେ ସଙ୍ଘ ତରଫରୁ ଏକ ଛଅ ଦଫା ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁବିକାଶ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀଗୁଡିକ ବିଚାରକୁ ନେଇ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ରାଜ୍ୟର ସମସ୍ତ ଡିଏସଡବ୍ଲୁଓଙ୍କୁ ଲିଖିତ ପତ୍ର ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପେକେଜ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା ମାନଙ୍କୁ ବୀମାଭୁକ୍ତ କରିବା ସହ କରୋନା କାର୍ଯ୍ୟ ସମୟରେ ପ୍ରାଣହାନି ଘଟିଲେ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପରିବାରକୁ ମିଳିବ । ଅନ୍ୟ ସମସ୍ତ ଦାବିକୁ ମାନି ନେଇଥିବାରୁ ସଙ୍ଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ, ବିଭାଗ ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ, ଡିଏସଡବ୍ଲୁଓ, ସି.ଡ଼ି.ପି.ଓ, ବି.ଡ଼ି.ଓ, ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଆସୋସିଏସନ ଗଜପତି ଶାଖାର ସଭାପତି ଜ୍ୟୋସ୍ନାରାଣୀ ପାଣିଗ୍ରାହୀ, ସଂପାଦକ ପୁଷ୍ପାଞ୍ଜଳି ପଣ୍ଡା, କୋଷାଧ୍ୟକ୍ଷ ଅଞ୍ଜଳି ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।