ଦେବୀନଦୀରେ କୁମ୍ଭୀର ଦେଖି ନଈକୂଳିଆ ବାସିନ୍ଦା ଭୟଭୀତ

0 83

ନାଉଗାଁ,୨୯/୫- ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଦେବୀନଦୀର ଦେବୀଦେଉଳ ପୋଲ ନିକଟରେ ୧୫ ଫୁଟର ବାଉଳା କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ନଈକୂଳିଆ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ ଦେବୀନଦୀର ନିର୍ମିତ ପୋଲ ନିକଟରେ ଏକ ବଉଳା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । କୁମ୍ଭୀରଟି କେଉଁଠୁ ଆସିଲା ତାକୁନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବାତ୍ୟା ୟାସ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ସମୁଦ୍ର ଜୁଆରିଆ ରହିଥିଲା । ତେବେ ବାଉଳା କୁମ୍ଭୀର ଦେବୀନଦୀରେ ବୁଲୁଥିବାରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ବନବିଭାଗ ପକ୍ଷରୁ କୁମ୍ଭୀରକୁ ଧରିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =