ପତ୍ନୀ ନୁହେଁ ଶାଶୁଙ୍କ ସହ ଡେଟ୍‌ରେ ଯିବାକୁ ଚାହାଁନ୍ତି ଅକ୍ଷୟ କୁମାର

0 109

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକା ଦିନରେ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରମୁଖ ଅଭିନେତା । କ୍ୟାରିୟରର ପ୍ରଥମ ଦିନରେ ମଧ୍ୟ ଅକ୍ଷୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିଲେ । ଅକ୍ଷୟଙ୍କ ନାମ ଅନେକ ଇଣ୍ଡଷ୍ଟ୍ରି ଅଭିନେତ୍ରୀଙ୍କ ସହ ଜଡିତ ଥିଲା, କିନ୍ତୁ ଖିଲାଡି କୁମାର ୨୦୦୧ ରେ ରାଜେଶ ଖାନ୍ନା ଏବଂ ଡିମ୍ପଲ କାପାଡିଆଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କ ସହ ସାତ ଫେରା ନେଇଥିଲେ । ବର୍ତ୍ତମାନ ଅକ୍ଷୟଙ୍କ ଜୀବନ ସହ ଜଡିତ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । ଅକ୍ଷୟ ଟ୍ୱିଙ୍କଲ ନୁହେଁ, ତାଙ୍କ ଶାଶୁ ଡିମ୍ପଲଙ୍କୁ ଡେଟରେ ନେବାକୁ ଚାହୁଁଥିଲେ ।
ଏକ ସାକ୍ଷାତକାରରେ ଅକ୍ଷୟ କୁମାରଙ୍କୁ ପଚରାଯାଇଥିଲା ଯେ ସେ କେଉଁ ବଲିଉଡ ଅଭିନେତ୍ରୀଙ୍କୁ ରୋମାଣ୍ଟିକ ଡେଟ ନେବାକୁ ଚାହିଁବେ?’ଏହି ପ୍ରଶ୍ନ ଉପରେ ଅକ୍ଷୟ ବିନା ଦ୍ୱିଧାରେ କହିଥିଲେ- ‘ମୁଁ ଡିମ୍ପଲ୍ କାପାଡିଆଙ୍କୁ ଏପରି ରୋମାଣ୍ଟିକ୍ ଡେଟରେ ନେବାକୁ ଚାହେଁ ।’
ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ୱୀରାଜର ଟାଇଟଲକୁ ନେଇ ବିବାଦ ଆରମ୍ଭ ହୋଇଛି । ରାଜପୁତ କର୍ନି ସେନା ବର୍ତ୍ତମାନ ଏହି ଚଳଚ୍‌ଚିତ୍ରର ଟାଇଟଲ୍ ଉପରେ ଆପତ୍ତି କରିଛନ୍ତି । କର୍ନି ସେନାର ଯୁବ ୱିଙ୍ଗର ସଭାପତି ତଥା ଚଳଚ୍ଚିତ୍ର ନିର୍ମାତା ସୁରଜିତ ସିଂ ରାଠୋର କହିଛନ୍ତି ଯେ, ଯେତେବେଳେ ଫିଲ୍ମ ମହାନ ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ, ତେବେ କିପରି ଫିଲ୍ମର ଟାଇଟଲ ପୃଥ୍ୱୀରାଜ ରହିବ । ତେଣୁ ଆମେ ଫିଲ୍ମ ଟାଇଟଲ ବଦଳାଇ ପୃଥ୍ୱୀରାଜଙ୍କ ପୁରା ନାମ ଦିଆଯାଉ ବୋଲି ସେମାନେ କହିଛନ୍ତି । ନ ହେଲେ ଆଗାମୀ ଦିନ ଆହରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + eleven =