ସ୍ତ୍ରୀ ଙ୍କ ଶବନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ

0 521

ବଲାଙ୍ଗୀର,୨/୬- ମୃତ ସ୍ତ୍ରୀଙ୍କ ଶବ ନେଇ ଗାଁକୁ ଫେରିବା ବେଳେ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଲର୍କି ଗାଁ ବିପିନ ସେଠଙ୍କ ସ୍ତ୍ରୀ ପାରାଲିସିସ୍‌ ରୋଗୀ ସାଏବାନି ସେଠଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଥିଲା । ଶବ ନେଇ ପଦ୍ମପୁର ପାଢେଲ ରାସ୍ତାରେ ଫେରିବା ବେଳେ କୌଣସି କାରଣରୁ ଆମ୍ବୁଲାନସଟି ଓଡି୧୫ ୨୮୫୫ ଗଛରେ ଧକ୍କା ହୋଇଥିଲା । ଆଗରେ ବସିଥିବା ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଆଜି ସକାଳେ ଖବରପାଇ ପାଟଣାଗଡ଼ ପୋଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାରକରିବା ସହ ଅଧିକ ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଆମ୍ବୁଲାନସ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × four =