ସହରରେ ତାଲା , ଗ୍ରାମାଞ୍ଚଳ ମେଲା

0 171

ଦଶପଲ୍ଲା : ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଂଚଳ ପରିଷଦରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ଦଶପଲ୍ଲାର ବିଭିନ୍ନ ଦୋକାନ ବଜାର ଶୁନ୍‌ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିସହ ଦଶପଲ୍ଲା ରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ଦଶପଲ୍ଲାର ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ, ବହୁଲୋକ ସଂକ୍ରମିତ ହେବା ସଂଗେ ସଂଗେ , ବହୁଗ୍ରାମ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ପରିଣତ ହେଉଛି । ଗ୍ରାମାଞ୍ଚଳର କିଛି ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅସହଯୋଗ ଯୋଗୁଁ ଗ୍ରାମବାସୀ ମାନଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ତେଣୁ ଗ୍ରାମବାସୀମାନେ ଏହାକୁ ଅତ୍ୟନ୍ତ ହାଲୁକ ଭାବେ ନେଉଛନ୍ତି । ତେଣୁ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତ କଂ ସଂଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି । କରୋନାକୁ ପ୍ରତିହତ କରିବାକୁ ହେଲେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ବିଭିନ୍ନ ଗ୍ରାମର ଗ୍ରାମବାସୀ, ଯୁବକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ସଚେତନତା ସୃଷ୍ଟି କରିବା ପାଇଁ , ଆଦିବାସୀ ନେତା ଧନେଶ୍ୱର ଜାନୀ, ପଦ୍ମନାଭ କହଁରଙ୍କ ସମେତ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =