ଫୁଲବାଣୀ,୨/୬ :କୋରନା ମହାମାରୀ ସମୟରେ ସାରା ରାଜ୍ୟରେ ରକ୍ତର ଅଭାବକୁ ପରିଲିଖିତ କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ କନ୍ଧମାଳ ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠି ଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଓଡିଶା ମୋ ପରିବାରର ରାଜ୍ୟ ସଂଯୋଜକ ଦେବେନ୍ଦ୍ର ସାମଲ ଉପସ୍ଥିତ ରହି ଉକ୍ତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ ,ଏମ ଡି ୟାସିନ ବେଗ ଏବଂ ଜିଲ୍ଲା ଛାତ୍ର ସଂଯୋଜକ ଗଣେଶ ସେନାପତି , ଉପସଭାପତି ଦେବାଶିଷ ବେହେରା, ବିଦ୍ୟାଧର ପ୍ରଧାନ, ବିକାଶ ରଞ୍ଜନ ବିଶ୍ୱାଳ ,ବିଷ୍ଣୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।