କରୋନା ସଚେତନତା ଅଭିଯାନ

0 172

ବୌଦ୍ଧ/ବାଉଁଶୁଣୀ,୨/୬ – ବୌଦ୍ଧବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା “ଚନ୍ଦ୍ରମା’ ର ମିଳିତ ଆନୁକୂଲ୍ୟରେ କରୋନା ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯାନଟିକୁ “ଚନ୍ଦ୍ରମା’ ର ଉପସଭାପତି କରୁଣାକର ଘଣ୍ଟୁଆଳ ଉଦଘାଟନ କରିଥିଲେ । ଏହି ଉତ୍ସବରେ ବୌଦ୍ଧ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ଦାଶ , ପି ଇ ଓ ଚିତ୍ତରଞ୍ଜନ ବଘାର, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଚନ୍ଦ୍ରମାର କର୍ମକର୍ତା ଉପସ୍ଥିତ ଥିଲେ । ଏଠାରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ବାରମ୍ବାର ସାବୁନ ବା ସାନିଟାଇଜ଼ରରେ ହାତ ସଫା କରିବା, ଦରକାର ନ ପଡିଲେ ଘରୁ ବାହାରକୁ ନ ବାହାରିବା, କରୋନା ଟୀକା ଗ୍ରହଣ କରିବା ଏବଂ ଗୃହ ପୃଥକ ବାସରେ ଥିବା କରୋନା ଆକ୍ରାନ୍ତ ବ୍ୟକ୍ତିମାନେ କିପରି ନିଜର ଯତ୍ନ ନେବେ ଇତ୍ୟାଦି ସଚେତନ କରାଯାଇଥିଲା । ଏଥିସହିତ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ରୋଗୀମାନଙ୍କର ତାପମାତ୍ରା, ପଲସ ରେଟ, ଅକ୍ସିଜେନ ଆଦିି ଯାଞ୍ଚ କରାଯାଇ ସେମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଥିଲା । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁରହିବ ବୋଲି ଚନ୍ଦ୍ରମାର ସମ୍ପାଦକ ରମେଶ କୁମାର ଜେନା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =