କୋଭିଡ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ

0 1,507

ବୌଦ୍ଧ,୩/୬ – ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ (୭୦) ଙ୍କ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ବୌଦ୍ଧ କୋଭିଡ୍‌ ହସପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଗତ ୩୧ ତାରିଖରେ ଅସୁସ୍ଥ ହେବାରୁ ରାତିରେ ତାଙ୍କୁ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା ଓ ସେ କରୋନା ପଜିଟିଭ ଚିହ୍ନଟ ହେବ ପରେ ବୌଦ୍ଧ କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ପରିବାର ସୂତ୍ରରୁ ପ୍ରକାଶ । ସେ ବଘିଆପଡା ମାଇନର୍‌ ସ୍କୁଲରେ ପିଅନଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ବୃକ୍ଷରୋପଣ ନିଜେ କରିବାସହ ଅନ୍ୟକୁ ଅନୁପ୍ରାଣିତ କରୁଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

three + four =