ଆଳୁ ବୋଝେଇ ପିକ୍‌ଅପ୍‌ ଭ୍ୟାନରୁ ଗୁଟଖା ଜବତ, ତଦନ୍ତ ଚଳାଇଛି ରାୟଗଡ ବାଣିଜ୍ୟକର ବିଭାଗ

0 78

ରାୟଗଡ/୨୬/୬- ଆଳୁ ବୋଝେଇ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନରେ ଗୁଟଖା ଚୋରାଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି ରାୟଗଡ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ । ତେବେ ଗାଡିରେ ରଖିଥିବା ଗୁଟଖା ସାମଗ୍ରୀର ମୁଖ୍ୟ ବ୍ୟବସାୟୀ କାର୍ଯ୍ୟାଳୟକୁ ଆସିିନଥିବାରୁ ଏହାର ସଠିକ୍‌ ଆକଳନ କରାଯାଇନ ଥିବାରୁ କୈାଣସି ଜୋରିମାନା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନଥିବା ଜଣାପଡିଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଗୁଟଖା ଚୋରାଚାଲାଣ ନେଇ କୈାଣସି ଏକ ବିଶେଷ ସୂତ୍ରରୁ ଖବରପାଇ ରାୟଗଡ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଉପାଯୁକ୍ତ ପ୍ରବର୍ତନ ଏକକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ବାଣିଜ୍ୟକର ଅଧିକାରୀ ବସନ୍ତ କୁମାର ବାରିକଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍‌ ଗତକାଲି ରାତିରେ କୋଲନରା ବ୍ଳକ ଅନ୍ତର୍ଗତ କୈଳାସପେଟା ଘାଟି ତଳେ ଗାଡିଗୁଡିକୁ ଯାଞ୍ଚ କରୁଥିଲେ । ଏହି ସମୟରେ ଆଳୁ ବୋଝେଇ ବ୍ରହ୍ମପୁରରୁ ରାୟଗଡ ଅଭିମୁଖେ ଆସୁଥିବା ଏକ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ (ଓଡି୦୭ଏଏଚ ୪୬୭୮)କୁ ସନ୍ଦେହ କରି ଯାଞ୍ଚ କରିବା ବେଳେ ସେଥିରେ ବେଆଇନ ଭାବେ ଗୁଟଖା ଚୋରାଚାଲାଣ କରାଯାଉଥିବା ନେଇ ଟିମ୍‌ ଜାଣିବାକୁ ପାଇଥିଲେ । ରାୟଗଡ ସ୍ଥିତ କାର୍ଯ୍ୟାଳୟ ପରିସରରେ ଜବତ ଗାଡି ସହ ଗୁଟଖାକୁ ରଖାଯାଇଛି । ଜବତ ଗୁଟଖା ସମ୍ବନ୍ଧରେ ଗାଡି ଡ୍ରାଇଭର କୈାଣସି ସୂଚନା ଠିକ୍‌ ଭାବରେ ଦେଇ ପାରୁ ନ ଥିବା ବେଳେ ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ଗାଡିଟି କୋଟପାଡ ଯାଉଥିବା ବୋଲି କହୁଥିବାରୁ ଉଭୟଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଅଧିକାରୀମାନେ କୈାଣସି ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି । ଯାଞ୍ଚ ବେଳେ ବାଣିଜ୍ୟକର ବିଭାଗର ୪ଜଣିଆ ଟିମରେ ଆସିଷ୍ଟାଣ୍ଟ ସିଟିଓ ଫକିରଚରଣ ସାହୁ,କେଦାର ଚନ୍ଦ୍ର ନାୟକ ଓ କ୍ଷୀରୋଦ କୁମାର ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =