ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଯୋଗୁଁ ହୀରାକୁଦରୁ ଜଳ ନିଷ୍କାସନ ବଢିଲା

0 95

ସମ୍ବଲପୁର, ୨୬/୭- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ଏହାର ଜଳସ୍ତର ନିୟନ୍ତ୍ରଣରେ ରଖିବାପାଇଁ ଆଉ ଅଧିକ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସମୟ ରେ ୪ଟି ଗେଟ୍‌ ଖୋଲା ରଖାଯାଇଥିଲା, ଜଳସ୍ତର ରେ ହଠାତ୍‌ ବୃଦ୍ଧି ଯୋଗୁଁ ୯ଟା ସମୟରେ ଏହାକୁ ବଢ଼ାଇ ୬ଟି ଓ ମଧ୍ୟାହ୍ନ ୧୨ଟା ସମୟରେ ଏହା ୮ଟି ରହିଥିଲା । ଉକ୍ତ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୯୩ ଫୁଟ ରେକର୍ଡ କରାଯାଇଥିଲା, ଯାହାକି ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । ସେତେବେଳେ ଜଳଭଣ୍ଡାର ଭିତରକୁ ଏକ ଲକ୍ଷ ୫୮ହଜାର ୭୪୫ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ୮ଟି ଗେଟ୍‌ ଖୋଲି ଏକ ଲକ୍ଷ ୪୦ ହଜାର ୩୬୪ କ୍ୟୁସେକ ଜଳରାଶି ନିଷ୍କାସିତ କରାଯାଉଥିଲା । ଇତିମଧ୍ୟରେ ପୂର୍ବାହ୍ନ ୯ଟା ସମୟରେ ପ୍ରବିଷ୍ଟ ବନ୍ୟାଜଳ ରାଶି ବଢ଼ି ହଠାତ୍‌ ଏକ ଲକ୍ଷ ୮୪ ହଜାର ୮୯୯ କ୍ୟୁସେକ ହୋଇ ଯିବାରୁ ପ୍ରତ୍ୟେକ ଦୁଇ ଘଣ୍ଟା ବ୍ୟବଧାନରେ ଦୁଇଟି ଲେଖାଏଁ ଗେଟ୍‌ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୦ଟି ଖୋଲା ଯିବାପାଇଁ ନିର୍ଦ୍ଦେଶ ରହିଛି ବୋଲି ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

eleven − two =