କଟକ,୨୮/୭- କଟକ ଜିଲ୍ଲା କୃଷକ ମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ କୃଷକ ମାନଙ୍କ ଉପରେ ଆସୁଥିବା ବିଭିନ୍ନ ଯୋଜନାମାନ ଆଲୋଚନା କାରାଯାଇଥିଲା । କେନ୍ଦ୍ର ସରକାର ତଥା ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ବିଭିନ୍ନ ଯୋଜନା କରି ପଠାଉଥିବାବେଳେ ରାଜ୍ୟ ସରକାର ଏହି ସବୁ ଯୋଜନା ଓ ପ୍ରକଳ୍ପକୁ ହରିଲୁଟ କରୁଛନ୍ତି । କଟକ ଜିଲ୍ଲାର କୃଷକ ଭାଇ ମାନଙ୍କୁ କିପରି ଯୋଜନାର ଉପକାରିତା ଉପଲବ୍ଧ କରାଯାଇପାରିବ ତାହା ଉପରେ ମଧ୍ୟ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ । ରାଜ୍ୟ ନେତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ହୃଷିକେଶ ଜେନା ଉପସ୍ଥିତ ଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀ, ସମ୍ପାଦକ ସତ୍ୟବାଦୀ ଚାଇନି, ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା, ସଦର ସଭାପତି ଶଙ୍କର୍ଷଣ ମହାନ୍ତି, ସେହିପରି କେନ୍ଦ୍ରାପଡା ସଭାପତି ତପନ ବେହେରା,ଯାଜପୁର ଚୈତନ୍ୟ ସାମଲ ,ଜଗତସିଂହପୁର ରଞ୍ଜିତ ଆଚାର୍ଯ୍ୟ, ଉପସ୍ଥିତ ଥିଲେ ଓ ବାଇମୁଣ୍ଡି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାହୁ ଓ କଟକ ନଗର ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କଟକ ନଗର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ନାୟକ,ପାର୍ବତୀ ଚରଣ ଦାସ, ମଣ୍ଡଳ ସଭାପତି ରତନ ମହାନ୍ତି, ଦେବାନନ୍ଦ ସିଂ, ସଦାନନ୍ଦ ବିଶ୍ୱାଳ,ରମେଶ ଚନ୍ଦ୍ର ଦାସ, ସୁଶାନ୍ତ ମହାନ୍ତି, ପ୍ରଭାତ ବାରିକ, ସତ୍ୟ ପଟ୍ଟନାୟକ,ସଂଯୋଜକ ସାମନ୍ତରାୟ,ଶିବ ନାୟକ, ମିଡ଼ିଆ ସଂଯୋଜକ ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।