ବିଧାୟକଙ୍କ ପଦକ୍ଷେପ,୧୬ବର୍ଷ ପରେ ଜମି ଚିହ୍ନଟ

0 77

ବଲାଙ୍ଗୀର : ବସୁନ୍ଧରା ଯୋଜନରେ ୨୬୫ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଗଲା। ଆଗଲପୁର ବ୍ଳକ କୁଟାସିଂହା ଅଞଳର ୨୬୫ ଗରୀବ ଭୂମିହୀନଙ୍କୁ ଚିହ୍ନଟ କରାଯାଇ ୨୦୦୫ ମସିହାରେ ଘରଡିହ ପଟା ଦିଆଯାଇଥିଲା। ପ୍ରଶାସନିକ ସ୍ଥାଣୁତା, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ଓ ସରକାରଙ୍କ ଯୋଜନା ବାହାବା ଲୁଟ ମନୋଭାବ ଯୋଗୁଁ ବସୁନ୍ଧରା ବାଟବଣା ହୋଇଥିଲା। ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରୁ ଅଧିକାରୀ ଯାଏ ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀରେ ବସୁନ୍ଧରା ଯୋଜନା ସୁଫଳ ୧୬ବର୍ଷ ଲୋକଙ୍କୁ ମିଳିଛି। କିଛି ମାସ ଆଗରୁ ପୁଇଁତଲା ବ୍ଳକ ମହୀମୁଣ୍ଡା ଠାରେ ପଟ୍ଟାଧାରୀ ପାଇଥିଲେ ଘରଡିହ। ସ୍ଥାନୀୟ ତହସିଲଦାର ସୁଚିତ୍ରା ପୁଷ୍ପା ଓ ଅନ୍ଯାନ୍ଯ କର୍ମଚାରୀ, ବିଧାୟକ ମୁକେଶ ମହାଲିଙ୍ଗ, ବ୍ଳକ ଉପାଧ୍ୟକ୍ଷ ମନମୋହନ ପଟେଲ, ସ୍ଥାନୀୟ ସରପଞ୍ଚ ସସ୍ମିତା ମେହେର, ସମିତି ସଭ୍ଯା ପୁସ୍ପାଞଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ହିତାଧିକାରୀ ଓ ବୁଦ୍ଧିଜୀବୀ ମହଲରେ ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଉଛି।

hiranchal ad1
Leave A Reply

Your email address will not be published.

sixteen − 14 =