କୋଶଳାଞ୍ଚଳର ଅଧିକାର ସ୍ୱରକୁ ଗଳାଚିପି ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି : କୋଶଳ ମୁକ୍ତି ମୋର୍ଚ୍ଚା

0 99

ପାଟଣାଗଡ଼,୨୧/୫- ପଶ୍ଚିମ ଓଡ଼ିଶା ତଥା କୋଶଳାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ପଶ୍ଚିମାଞ୍ଚଳକୁ ସବୁକ୍ଷେତ୍ରରେ ଅବହେଳା ସହ ସାମ୍ବିଧାନିକ ଅଧିକାରକୁ ମଧ୍ୟ ବିଭିନ୍ନ ଆଲୋଚନା ମାଧ୍ୟମରେ ବିରୋଧ କରାଯାଇଛି ବୋଲି କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କୋଶଳ ମୁକ୍ତିମୋର୍ଚ୍ଚା ସଦ୍ୟ ଦୃଷ୍ଟାନ୍ତ ଦେଇ କହିଛି ଯେ, ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଗତ ୧୮/୫/୨୦୨୨ ଦିନ ଓଡ଼ିଶା ଉଚ୍ଚନ୍ୟାୟାଳୟର ବାର୍‌ ଏସୋସିଏସନ୍‌ର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସିଧାସଳଖ କେନ୍ଦ୍ର ସରକାରଙ୍କ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ ହାଇକୋର୍ଟ ବେଞ୍ଚ ସ୍ଥାପନ ମଞ୍ଜୁର ପ୍ରସ୍ତାବକୁ ଖୋଲା ଖୋଲି ଭାବରେ ବିରୋଧ କରି ଘୋଷଣା କରାଯିବା ସହ ଏକ ନ୍ୟାୟାଳୟ ସହ ଜଡ଼ିତ ବୁଦ୍ଧିଜୀବୀଙ୍କ ସମେତ କୋଶଳାଞ୍ଚଳର ଲୋକଙ୍କ ପ୍ରତି ଏକ ଅନ୍ୟାୟର ବାର୍ତ୍ତା କୋଶାଳାଞ୍ଚଳର ଦୁଇକୋଟି ଲୋକ ହୃଦୟରେ କୋଠାରଘାତ ସୃଷ୍ଟି କରିଛି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଏ ଅଞ୍ଚଳ ପ୍ରତି ଗରିବ ଶୋଷିତ ଲୋକଙ୍କ ନିକଟରେ ନ୍ୟାୟ ପାଇବାର ଦାବୀକୁ ବ୍ୟାଘାତ ସୃଷ୍ଟି କରିବା ସଙ୍ଗେସଙ୍ଗେ ଏ ଅଞ୍ଚଳର ବୃହତ୍ତର ଅଧିକାର ସ୍ୱରକୁ ଗଳାଚିପି ହତ୍ୟା କରିବାର ଷଡ଼ଯନ୍ତ୍ର କରାଯାଉଛି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ଘୋର ବିରୋଧ କରିବାସହ ପଶ୍ଚିମ ଓଡ଼ିଶାରେ ଥିବା ସମସ୍ତ ବାର ଏସୋସିଏସନ୍‌ମାନଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଞ୍ଚଳିକ ବୈଷମ୍ୟତାକୁ ଭୁଲିଯାଇ କେନ୍ଦ୍ର ସରକାରର ମଞ୍ଜୁରୀ ପ୍ରସ୍ତାବକୁ ସମ୍ମାନ ଜଣାଇବା ସହ ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ୱାଗତ କରିବା ସହ ଏହିପରି ବିରୋଧୀ ମନ୍ତବ୍ୟ ତଥା ଅପଚେଷ୍ଟାକୁ ଖଣ୍ଡନ କରିବା ସହ ଏହାର ଦୃଢ ଜବାବ ଦେବାକୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅନୁରୋଧ କରାଯାଇଛି । ଏନେଇ ପଶ୍ଚିମାଞ୍ଚଳର ସମସ୍ତ ବାର ଏସୋସିଏସନଙ୍କୁ ସାକ୍ଷାତ କରିବାସହ ଆଜିଠାରୁ ମତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ଆବାହକ ମଣ୍ଡଳୀ ଲକ୍ଷ୍ମୀ ଶବର, ଶୁଶିଳ କୁମାର ଗୁରୁ, ବନମାଳୀ ନାଏକ, ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ, ଡିଙ୍ଗର କୁମ୍ଭାର, କାଶିନାଥ ମେହେର, ସୁବାଷ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − four =