ଆମ୍ବଝରୀ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0 100

ବୌଦ୍ଧ/ଜହ୍ନ ।ପଙ୍କ,୨୩/୫: ବୌଦ୍ଧ ବ୍ଳକ ଆମ୍ବଝରୀ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ,ବିଡିଓ ଅବିନାଶ ପାଣ୍ଡିଆ, ତହସିଲଦାର ଦେବୀ ପ୍ରସାଦ ଦାସ, ଏବିଡିଓ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ଆମ୍ବଝରୀ ପଂଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୮୩ ଅଭିଯୋଗର ଜନ ଶୁଣାଣୀ କରିଥିଲେ । ଅଭିଯୋଗ ଗୁଡିକ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବକେୟା ବିଲ ନପାଇବା, ଖାଉଟି ସାମଗ୍ରୀ ନପାଇବା ଇତ୍ୟାଦି ସମ୍ପର୍କରେ ଅଭିଯୋଗ ହୋଇଥିଲା । ପିଇଓ ଦିଲିପ ବିଶି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nine − 6 =