ବୌଦ୍ଧ,୨୬/୫- ଆସନ୍ତା ୩୧ ତାରିଖ ଠାରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ବ ପାଳନ କରାଯିବ । ରାଜ୍ୟ ବିଜେପି ତରଫରୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଉପ ସଭାପତି ଭୃଗୁୁବକ୍ସି ପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଜିଲ୍ଲାର କର୍ମର୍ତ୍ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସଂପର୍କରେ ଅବଗତ କରିଥିଲେ । ବରିଷ୍ଠନେତା କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ୪ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଇଂ. ରାକେଶ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ନିଜନିଜ ମତ ପ୍ରଦାନ କରିଥିଲେ । ୧୫ ଦିନ ବ୍ୟାପି ବୁଦ୍ଧିଜୀବୀ ସମାବେଶ, କୃଷକ ସମାବେଶ, ମହିଳା ସମାବେଶ, ବାଇକ ରାଲି, ସ୍ୱଚ୍ଛଭାରତ ଅଭିଯାନ, ଗରିବ କଲ୍ୟାଣ ସମାବେଶ ଆଦି ୧୭ଗୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ ବାଘ, ମଣ୍ଡଳ ପ୍ରଭାରୀ ବ୍ୟୋମକେଶ ମହାପାତ୍ର, ଶମ୍ଭୁପ୍ରସାଦ ପ୍ରଧାନ, ବାମନ ବାରିକ, ଯୀଶୁ ପ୍ରଧାନ, ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ସୂର୍ଯ୍ୟନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ରବି ଦେଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।