ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

0 85

ଘୁ.ଉଦୟଗିରି,୨୮/୫:ଘୁ.ଉଦୟଗିରି ବ୍ଲକ ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭି – ଫର୍ସ, କନ୍ଧମାଳ ଆନୁକୁଲ୍ୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ପିଏଚଇଓ ମମିତା ପ୍ରଧାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘୁ.ଉଦୟଗିରି ଯୋଗଦେଇଥିବାବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଧାରାଣୀ ସାହୁ, ଶିକ୍ଷା ଅଧ୍ୟାପିକା ସସ୍ମିତା ଦାସ, ଅନ୍ତରଙ୍ଗ ଶିଶୁ ଓ ମହିଳା ଅଧିକାର ସଂଯୋଜିକା ରାଜବାଳା ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାରା ବିଶ୍ୱରେ କିଶୋରୀ ଓ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଶାରିରୀକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଋତୁସ୍ରାବ ସ୍ୱଚ୍ଛତାରେ ସଚେତନତା କରିବା ଏହାର ମୂଳ ଉଦ୍ଦେଶ୍ୟ । ତତ୍‌ସହିତ ସମାଜରେ ଝିଅମାନେ କିମ୍ବା ମହିଳାମାନେ ଋତୁସ୍ରାବ ଭଳି ପ୍ରକୃତି ଉପରେ ଲଜ୍ଜା ନକରି ନିଜ ପରିବାରର ସଦସ୍ୟଙ୍କ ସହିତ ସମସ୍ତ ଶାରିରୀକ ସମସ୍ୟାକୁ ନେଇ ପରିପ୍ରକାଶ କଲେ ସ୍ୱାସ୍ଥ୍ୟରେ କୌଣସି ବାଧାପ୍ରାପ୍ତ ହେବ ନାହିଁ ବୋଲି ଛାତ୍ରୀମାନଙ୍କୁ କୁହାଯାଇଥିଲା । ଚଳିତବର୍ଷର ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସର “ଏକ ଦୁନିଆ ସୃଷ୍ଟି କରିବା ଯେଉଁଠାରେ କୌଣସି ମହିଳା କିମ୍ବା ଝିଅ ୨୦୩୦ ସୁଦ୍ଧା ଋତୁସ୍ରାବ କରନ୍ତି ନାହିଁ’ ବିଷୟକୁ ନେଇ ସମସ୍ତ ଅତିଥିମାନେ ନିଜନିଜର ଅଭିଜ୍ଞତା ପରିପ୍ରକାଶ କରିବା ସହିତ ପୁରାତନ ପ୍ରଥା ଅନୁଯାୟୀ ଯେଉଁସବୁ ସୁରକ୍ଷା ପାଇଁ ଅବଲମ୍ବନ କରାଯାଉଥିଲା ତାହାକୁ ପରିତ୍ୟାଗ କରି ବର୍ତ୍ତମାନର ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ଡକ୍ଟରଙ୍କ ସହ ପରାମର୍ଶ କରି ସୁରକ୍ଷିତ ରହିବା ପାଇଁ ମାର୍ଗଦର୍ଶନ ଦିଆଯାଇଥିଲା । ଶାରିରୀକ ସ୍ୱାସ୍ଥ୍ୟ ପୁଷ୍ଟିସାର ଖାଦ୍ୟ, ଲୌହ ଜାତୀୟ ଖାଦ୍ୟ ଖାଇବା ସହିତ କିଶୋରୀ ମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଉଥିବା ଆଇରନ ବାଟିକା ସେବନ କରିବା ଇତ୍ୟାଦି ଉପରେ କୁହାଯାଇଥିଲା । କାର୍ଯ୍ୟକ୍ରମକୁ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ତଥା ମିଳିତ ଜାତିସଂଘ ଭାରତର ଭିଫର୍ସ ପ୍ରତିନିଧି ହୃଷିକେଶ ପ୍ରଧାନ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସୁଧାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × three =