ମ୍ୟୁଜିୟମର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷ ପୁୁରୁଣା ଅଳଙ୍କାର

0 195

ବୌଦ୍ଧ,୨୯/୫- ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁଳାପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି ଅଣାଯାଇଥିଲା । ସେହି ପୁରୁଣା ଟ୍ରେଜେରି ମଧ୍ୟରୁ ଗୋଟିଏ ଟ୍ରେଜେରିରୁ ବାହାରିଛି ପୁଳା ପୁଳା ପୁରୁଣା ଅଳଙ୍କାର । ମ୍ୟୁଜିୟମ ପରିସରରେ ବାହାରେ ପଡିଥିବା ସେହି ପୁରୁଣା ଟ୍ରେଜେରି ସବୁକୁ ସଫା କରି ରଙ୍ଗ କରିଦେବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଦେଶ ଦେଇଛନ୍ତି । ଆଜି ଟ୍ରେଜିରର ତାଲା ଭଙ୍ଗାଯାଇ ଖୋଲିବା ସମୟରେ ତାହା ଭିତରୁ ବାହାରିଥିଲା ଅଳଙ୍କାର ସବୁ । ଖବର ପାଇ ଜିଲ୍ଲାପାଳ ଏବଂ ଅନ୍ୟମାନେ ମ୍ୟୁଜିୟମ ପରିସରରେ ପହଁଚି ସବୁ ତଦାରଖ କରିଥିଲେ ।

hiring

ପରେ ବଣିଆମାନଙ୍କୁ ଡକାଯାଇ ବାହାରିଥିବା ଅଳଙ୍କାର ସବୁର ସଫେଇ କାମ ଚାଲିଛି । ପ୍ରାଥମିକ ଭାବେ ସବୁ ରୂପା ଅଳଙ୍କାର , ଦେବାଦେବୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଭଳି ଅନୁମାନ କରାଯାଉଛି । ଅଳଙ୍କାର ମଧ୍ୟରେ ମୁଖ୍ୟତଃ ରୂପାର ଅଳଙ୍କାର ରହିଥିବାରୁ ସବୁ ସଫା କରାଯିବା ପରେ ସଠିକ ତଥ୍ୟ ଜଣାପଡିବ । ବର୍ତ୍ତମାନ ସବୁ ଅଳଙ୍କାର ଗୁଡିକର ସଫେଇ କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯିବା ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − seven =