ବ୍ୟାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ

0 137

ଫୁଲବାଣୀ,୩୦/୫:-ଫୁଲବାଣୀରେ ମା ନାରାୟଣୀଙ୍କ ସମେତ ପଂଚଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରା ୨୫ ତମ ଦିନରେ ପହଞ୍ଚିଛି । ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇଯାଇଛି । ଏହି ଅବସରରେ ଯାତ୍ରାପଡିଆରେ ପଂଚ ଠାକୁରାଣୀଙ୍କ ସନ୍ଧ୍ୟା ଆଳତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପରେ ପଂଚଦେବୀମାନେ ନଗର ଭ୍ରମଣରେ ବାହାରି ସ୍ଥାନୀୟ କୋର୍ଟଛକ ବଜାର କମିଟି ଦ୍ୱାରା ଆୟୋଜିତ ପୂଜାର୍ଚ୍ଚନା ପରେପରେ ପଂଚଦେବୀଙ୍କ ମଧ୍ୟରେ ଥିବା ମା ବ୍ୟାଘ୍ରଦେବୀଙ୍କ ମନ୍ଦିରରେ ପରିଚାଳନା କମିଟି ପକ୍ଷରୁ ଅୟୋଜିତ ଭୋଗ ଧୂପଦୀପ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦିରେ ଦେବୀମାନଙ୍କୁ ପୂଜା କରାଯାଇଥିଲା । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଦିନତମାମ ଅନ୍ନ ଭୋଗ ପଣା ଏବଂ ଭୋଗ ଆଦି ବଣ୍ଟନ କରା ଯାଇଥିଲା । ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭରତ ଲୀଳା ନାଟକକୁ ଶତାଧିକ ଭକ୍ତମାନେ ଉପଭୋଗ କରିଥିଲେ । ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଅଜୟ ସିଂଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ବେହେରା, ବସନ୍ତ କୁମାର ରଥ, ମନ୍ଦିର ପୂଜକ ବିନୋଦ ମହାପାତ୍ର ଏବଂ ଅଂଚଳର ସମସ୍ତ ଯୁବକମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଅନ୍ୟ ଦିନ ମାନଙ୍କ ପରି ସ୍ଥାନୀୟ କରୋନେସନ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ରୁ ଆସିଥିବା ରୁକୁସୁନା ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ହାଇସ୍କୁଲ ପଡିଆ ଠାରେ ମିନାବଜାରରେ ମଧ୍ୟ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

fifteen − 8 =