ସ୍ୱତନ୍ତ୍ର ଗାଡିରେ ଗଲେ ଜଣେ ପ୍ରବାସୀ ଶ୍ରମିକ : ପ୍ରଶାସନ ଖର୍ଚ୍ଚକଲା ୭୫୦୦ଟଙ୍କା

0 804

ବୌଦ୍ଧ: ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ଘରବାହୁଡା ଚାଲିଛି । କିଏ ପାଦରେ ଚାଲିଚାଲି ତ କିଏ ସାଇକେଲ କି ମାଲବାହୀ ଗାଡିରେ ବିପଦପୂର୍ଣ୍ଣ ଭାବେ ସବାର ହୋଇ ଘରକୁ ଫେରୁଥିବାର ଦୟନୀୟ ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ହେଲେ ଜଣେ ପ୍ରବାସୀ ଶ୍ରମିକ ନିଜ ଗାଁକୁ ଯିବାପାଇଁ ୭୫୦୦ ଟଙ୍କା ପ୍ରଶାସନ ବହନ କରିବାଭଳି ଘଟଣା ସାରା ଦେଶରେ ବିରଳ । ଏଭଳି ଏକ ଘଟଣା ଘଟିଛି ଖୋଦ୍ ଆମ ବୌଦ୍ଧ ଜିଲ୍ଲାରେ ମନମୁଣ୍ଡା ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟର କ୍ୱାରେଣ୍ଟାଇନ ସେଣ୍ଟରରୁ ଏକ ସ୍ୱତନ୍ତ୍ର ଗାଡିରେ ଜଣେ ପ୍ରବାସୀ ଶ୍ରମିକଙ୍କୁ କଟକ ଜିଲ୍ଲା ନିଆଳି ଅଞ୍ଚଳକୁ ପଠାଇ ବୌଦ୍ଧଜିଲ୍ଲା ପ୍ରଶାସନ ଭଡା ବାବଦକୁ ଗଣିଛି ୭୫୦୦ ଟଙ୍କା ଯାହାକି ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।
ପ୍ରାପ୍ତ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ଶ୍ରମିକ ସାଥୀ ଶ୍ରମିକ ମାନଙ୍କ ସହ ବସରେ ଘରକୁ ଫେରୁଥିବାବେଳେ ମନମୁଣ୍ଡା ତେଲନଦୀ ପୋଲ ଛକରେ କୌଣସି କାରଣରୁ ଓହ୍ଲାଇ ପଡିଥିଲେ । ବାହାର ରାଜ୍ୟରୁ ଜଣେ ଶ୍ରମିକଙ୍କୁ ଦେଖି ମନମୁଣ୍ଡା ସରପଞ୍ଚ କ୍ୱାରେଣ୍ଟାଇନରେ ସେଣ୍ଟରରେ ଭର୍ତ୍ତି କରାଇଥିଲେ । ସେ ଗତ ୧୨ ତାରିଖରେ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଅର୍ଥାତ ମାତ୍ର ୩ଦିନ ରହିବାପରେ ଗତକାଲି ତାଙ୍କୁ ପ୍ରଶାସନ ଏକ ସ୍ୱତନ୍ତ୍ର ଗାଡିକରି ନିଜ ଗାଁକୁ ପଠାଇ ଦେଇଥିବା ଜଣାପଡିଛି । ସଙ୍ଗରୋଧର ଅବଧି ଶେଷ ହୋଇନଥିବାବେଳେ ୭୫୦୦ ଟଙ୍କା ଖର୍ଚ୍ଚକରି ଏକ ସ୍ୱତନ୍ତ୍ର ଗାଡିରେ ଜଣେ ଶ୍ରମିକଙ୍କୁ ପ୍ରଶାସନ ପଠାଇବା ଘଟଣାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

two × 5 =