ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

0 84

ବୌଦ୍ଧ,୮/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ସରସରା ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା କୁଲୁତା ସମାଜ ଆନୁକୂଲ୍ୟରେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ୩ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳୁ ବୌଦ୍ଧସହରର ମହାନଦୀ ମଧ୍ୟରେ ଥିବା ହନୁମାନ ମନ୍ଦିର ଘାଟରୁ ୪୦୮ କଳସରେ ଜଳ ବୁଡାଇ ସହର ପରିକ୍ରମା କରି ମହିଳାମାନେ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । କଳସ ସ୍ଥାପନା ପରେ ଜିଲ୍ଲା କୁଲତା ସମାଜ ପ୍ରତିଷ୍ଠା ଉତ୍ସବର କର୍ତ୍ତା ସୁଧୀର ନାଏକ ଓ ତାଙ୍କ ଧର୍ମପତ୍ନୀ କୁନି ନାଏକ କର୍ତ୍ତାଭାବେ ପୂଜାରେ ବସିଥିବାବେଳେ ପୂଜକ ଭାବେ ଚିତ୍ତରଂଜନ ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ହୋମଯଜ୍ଞ ଓ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ପାରାୟଣ ସ୍ଥଳରେ କର୍ତ୍ତାଭାବେ ସରସରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅରୁଣ ପ୍ରଧାନ ଓ ଧର୍ମପତ୍ନୀ ଗୀତାଞ୍ଜଳି ପ୍ରଧାନ କାର୍ଯ୍ୟ ତୁଲାଇଥିଲେ । ଆଜିର କାର୍ଯ୍ୟକ୍ରମରେ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ପାରାୟଣ ପାଠ କରିଥିଲେ ।

hiring

ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପାରାୟଣ ଶ୍ରବଣ କରିଥିବାବେଳେ କୁଲତା ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆସନ୍ତାକାଲି ଅଷ୍ଟପ୍ରହର ନାମଯଜ୍ଞ, କୃଷ୍ଣଗୁରୁ ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ତାରିଖ ବିଗ୍ରହ ପ୍ରତିଷ୍ଠା, ହୋମଯଜ୍ଞ, ୧୦୮ ଆଳତୀ ଓ ପୂର୍ଣ୍ଣାହୁତି ପଡିବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ । ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁକୃପା ଲାଭ କରିବାକୁ କମିଟି ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

three × 5 =