ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ

0 85

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ କାର୍ଯ୍ୟ ଆରମ୍ଭ ହୋଇଛି।ଜିଲ୍ଲା ପ୍ରଶାସନ ସମ୍ଭ।ବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଭୁସ୍ଖଳନ ହେଉଥିବା ସ୍ଥାନ ମାନ ଚିହ୍ନଟ କରି ପ୍ରାୟ 10000 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛି ରାୟଗଡା ପଞ୍ଚାୟତ ସମିତିର ଗଙ୍ଗାବାଡ଼ କଇଁପୁର ଏସ କରଡାସିଂ ଆର ଉଦୟ ଗିରି ପଞ୍ଚାୟତର ଅନଘା ଗୁମ୍ମା ପଞ୍ଚାୟତ ସମିତି ର ବଡ଼ କଲାକୋଟ ନୂଆଗଡ଼ ସମିତିର ଖଜୁରୀ ପଦା ପଞ୍ଚାୟତର ବହୁତ ଗୁଡ଼ିଏ ଗ୍ରାମକୁ ଚିହ୍ନଟ କରାଯାଇଛି।ଗତ କାଲି ଏବଂ ଆଜି ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କ ନେତୃତ୍ୱରେ ତହସିଲଦାର ଚିତ୍ତ ରଞ୍ଜନ ଦାଶ, କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକାଶ ପ୍ରଧାନ। ଗାରାବନ୍ଧ ଥାନାର ଏ ଏସ ଆଇ ଶ୍ରୀ ସେଠୀ ଉପରକ୍ତ ବିପଦ ସଙ୍କୁଳ ଗ୍ରାମମାନଙ୍କୁ ଯାଇ ବୁଲି ଦେଖିଲା ପରେ ଅପରାହ୍ନରେ ସ୍ଥାନ।ନ୍ତରିତ କାର୍ଯ୍ୟ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗଙ୍ଗା ବାଡ଼ ପଞ୍ଚାୟତର ତଳ ବାରଘର ଉପର ବାରଘର ବଡ଼ ଦେଉଳା ସାନ ଦେଉଳା ବଡ଼ ପାଚେଡା ସାନ ପାଚେଡା ଘୁରଙ୍ଗ। ଗ୍ରାମର ପ୍ରାୟ 700 ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନ।ନ୍ତରିତ କରି ଗଙ୍ଗାବାଡ଼ ପଞ୍ଚାୟତରେ ଥିବା ଏକଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଓ ହରିଜନ ଛାତ୍ରାବାସ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ପାଖେରେ ଥିବା ସ୍କୁଲ ଗୃହରେ ଆଶ୍ରୟ ନେବା ପାଇଁ ବ୍ୟବସ୍ଥା କରାଯାଇଛିସେହିପରି କଇଁପୁର ପଞ୍ଚାୟତର ମାଡ଼ା, ମାଡବା, ସିଣ୍ଡି ଲିଙ୍ଗ ଏବଂ ବର୍ଜିଙ୍ଗ ଗ୍ରାମରୁ ମଧ୍ୟ ପ୍ରାୟ 500 ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ସ୍ଥାନ।ନ୍ତରଣ କରି ପାଖରେ ଥିବା ସ୍କୁଲ ଘର ମାନଙ୍କରେ ଆଶ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି।ଆଜି ସନ୍ଧ୍ୟା ରୁ ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଚୁଡା ଗୁଡ଼ ମହମବତୀ ଯୋଗାଇ ଦିଆଯାଇଛି ଏହି ଆଶ୍ରୟ ସ୍ଥଳୀ ମାନଙ୍କରେ ରହିବାକୁ ଥିବା ଲୋକ ମାନେ କିପରି ସାମାଜିକ ଦୁରତା କୁ ବଜାୟ ରଖିବେ ଏବଂ ସମସ୍ତେ କିପରି ମାସ୍କ ବ୍ୟବହାର କରିବେ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି। ଉପରକ୍ତ ଦୁଇ ପଞ୍ଚାୟତ ଆଶ୍ରୟ ସ୍ଥଳୀ ମାନଙ୍କୁ ପରିଚାଳନା କରିବା ଲାଗି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜସ୍ବ ନିରୀକ୍ଷକ ଗ୍ରାମ ରୋଜକାର ସେବକ ଅଙ୍ଗନବାଡି କର୍ମୀ ଏ ଏନ ଏମ୍ ଏବଂ ସ୍ଥାନୀୟ ସରପଞ୍ଚ କୁ ଦାଇତ୍ୱ ଦିଆଯାଇ ଥିବା ବେଳେ ପର୍ଯ୍ୟାଲୋଚନା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କୁ ଦିଆଯାଇଛି ପ୍ରତ୍ୟେକ ପଞ୍ଚାୟତ ସମିତି ରେ ଲୋକ ମାନଙ୍କୁ ଜାଗ୍ରତ କରିବା ଏବଂ ଆସିବାକୁ ଥିବା ବାତ୍ୟା ଓ ପ୍ରବଳ ବର୍ଷା ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ରହିବା ଲାଗି ମାଇକ ମାଧ୍ୟମରେ ସଚେତନତା କାମ କାଲି ଠାରୁ ଜାରି ରହିଛି।

hiranchal ad1
Leave A Reply

Your email address will not be published.

1 + 16 =