ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ

0 175

ଫୁଲବାଣୀ,(ହୀ.ପ୍ର):- ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ କନ୍ଧମାଳ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏସ୍‌ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁୁ, ପ୍ରଜାପିତା ବ୍ରହ୍ମ କୁମାରୀ ସଙ୍ଘର ସଦସ୍ୟା ବି.କେ ସବିତା, ଡି ଏସ ଏସ ଓ ବଳରାମ ଜେନା, ଅବକାରୀ ବିଭାଗର ଏସପି ମଧୁସ୍ମିତା ନାୟକ, ଏ ଏସ ଡବ୍ଲୁ ଓ କନ୍ଧମାଳ ମଞ୍ଜୁଲତା ପ୍ରଧାନ, ଡିସିପିଓ ରଶ୍ମିତା କରନ ପ୍ରମୁଖ ମଞ୍ଚାସିନ ରହି ନିଶା ନିବାରଣ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିସହିତ ଏ ନେଇ ଏକ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭହୋଇ ସହର ପରିକ୍ରମା କରାଯାଇଥିଲା । ସଭା ଶେଷରେ ନିଶା ନିବାରଣ ସକାଶେ ସମସ୍ତଙ୍କୁ ବୁଝାଇବା ପାଇଁ ଶପଥ ପାଠ କରିଥିଲେ । ଏଥିରେ ପୋଲିସ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ, ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶାନିବାରଣ ପାଇଁ ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ଲିଫପ୍ଲେଟ ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 2 =