ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଛକ ବସଷ୍ଟାଣ୍ଡ ନିକଟରେ କୁଢକୁଢ ଆବର୍ଜନା ଗଦାଇ ପରିବେଶକୁ ଦୂଷିତ କରାଯାଉଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ବଜାରରୁ ବାହାରୁଥିବା ପରିତ୍ୟକ୍ତ ସାମଗ୍ରୀଗୁଡିକୁ ଆଣି ଗ୍ରାମପଞ୍ଚାୟତର ସଫେଇ କର୍ମଚାରୀମାନେ ଏଠାରେ ପକାଉଥିବାରୁ ଏଠାରେ ଆବର୍ଜନାର ପାହାଡ ସୃଷ୍ଟି ହୋଇଛି । ଜନଗହଳି ବଜାର ସ୍ଥାନରେ ଏଭଳି ଡମ୍ପିଂୟାର୍ଡ ପ୍ରତିଷ୍ଠାକୁ ସଭ୍ୟ ସମାଜରେ ନାପସନ୍ଦ କରାଯାଉଛି । ଜାତୀୟ ରାଜପଥ ୫୭ର କଡରେ ଆବର୍ଜନା ଗଦା ହେଉଥିବାରୁ ଟିକିଏ ପବନହେଲେ ରାସ୍ତା ଓ ବଜାର ମଧ୍ୟକୁ ତାହା ପବନରେ ଉଡି ଆସୁଥିବା ସାଧାରଣ ଘଟଣାରେ ପରିଣତ ହୋଇଛି ।
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛଭାରତ – ସ୍ୱଚ୍ଛ ଓଡିଶାର ପ୍ରଚାର ପ୍ରସାର କରୁଥିବାବେଳେ ବାଉଁଶୁଣୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଏଥିପ୍ରତି କେତେ ଧ୍ୟାନରହିଛି ତାହାର ନଗ୍ନଚିତ୍ର ଏଠାରେ ଦେଖିବାକୁ ମିଳୁଛି । ତେଣୁ ତୁରନ୍ତ ଆବର୍ଜନା ଗଦାକୁ ଏଠାରୁ ହଟାଇବାକୁ ଜନସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.