ସରପଞ୍ଚଙ୍କ ନାମରେ ଅଭିଯୋଗ ଆଣି ସମିତିସଭ୍ୟାଙ୍କ ଇସ୍ତଫା

0 379

ବୌଦ୍ଧ : ବୌଦ୍ଧବ୍ଲକ ଆମ୍ବଝରୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟର ପ୍ରତିବାଦରେ ଉକ୍ତ ଗ୍ରାମପଞ୍ଚାୟତର ମହିଳା ସମିତି ସଭ୍ୟା ଶ୍ରୀମତୀ ମନ୍ଦାକିନୀ କର୍ଣ୍ଣ ବୌଦ୍ଧ ବିଡିଓଙ୍କ ନିକଟରେ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତର କୌଣସି କାର୍ଯ୍ୟରେ ସମିତିସଭ୍ୟାଙ୍କ ପରାମର୍ଶ ନିଆଯାଉନଥିବା ଓ କେବେ ପଞ୍ଚାୟତର ବୈଠକ ଡକାଯାଉନଥିବା ଶ୍ରୀମତୀ କର୍ଣ୍ଣ ନିଜର ଇସ୍ତଫାର କାରଣରେ ଉଲ୍ଲେଖ କରିଛନ୍ତି । ପଞ୍ଚାୟତର ସମସ୍ତ କାମରେ ସରପଞ୍ଚଙ୍କ ସ୍ୱାମୀ ହସ୍ତକ୍ଷେପ କରି ବିଭିନ୍ନ ଯୋଜନାର ହିତାଧିକାରୀ ନିଜ ସମର୍ଥକଙ୍କୁ ହିଁ କରାଉଥିବା କହିଛନ୍ତି । ସେଥିପାଇଁ ଗରିବ, ନିରୀହ ଜନସାଧାରଣ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଶ୍ରୀମତୀ କର୍ଣ୍ଣ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ କେବଳ ମାଟି ମୋରୁମ ବିଛାଯାଇ ସରପଞ୍ଚଙ୍କ ସ୍ୱାମୀ ନିଜେହିଁ ଲାଭବାନ ହେଉଥିବା ସମିତିସଭ୍ୟା କହିଛନ୍ତି ।
ସେ ଲୋକଙ୍କ ଆଶାକୁ ଓ ନିର୍ବାଚନ ବେଳେ ନିଜେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଥିବାରୁ ନିଜ ପଦବୀରୁ ଅବ୍ୟାହତି ନେବାକୁ ଚାହୁଁଥିବା କହିଛନ୍ତି । ଇସ୍ତଫାପତ୍ର ବୌଦ୍ଧ ବିଡିଓଙ୍କୁ ପ୍ରଦାନକରି ତାହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ନିର୍ବାଚନ କମିଶନର, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + fifteen =