ପଶ୍ଚିମ ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଶତକ ପାରହେଲା : ପ୍ରଥମ ଶତକ ପାଇଁ ୫୦ଦିନ ହେଲେ ଦ୍ୱିତୀୟ ଶତକ ପାଇଁ ମାତ୍ର ୫ଦିନ ଲାଗିଲା

0 117

ସମ୍ବଲପୁର: ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପଶ୍ଚିମ ଓଡିଶାର ସ୍ଥିତି ଭଲ ଅଛି ହେଲେ ଏଠାରେ କରୋନା ମାତ୍ର ୫୫ ଦିନରେ ଦ୍ୱିଶତକ ପାର୍‌କରିଛି । ଏହାଠାରୁ ବଡ ଚିନ୍ତାର ବିଷୟ ହେଉଛି ଏଠାରେ ଆରୋଗ୍ୟ ହାର ଯଥେଷ୍ଟ କମ୍ ରହିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଥିଲା ଓ ସେମାନଙ୍କ ମଧ୍ୟରୁ ମାତ୍ର ୪୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଯାହାକି ମାତ୍ର ୨୨.୫ ପ୍ରତିଶତ ଓ ରାଜ୍ୟ ହାରଠାରୁ ଯଥେଷ୍ଟ କମ୍ ରହିଛି । ପଶ୍ଚିମ ଓଡିଶାରେ କରୋନା ପଜିଟିଭ ଚିହ୍ନଟ ହେବାର ୫୦ ଦିନରେ ଅର୍ଥାତ ଗତ ୨୩ ତାରିଖ ପର୍ଯ୍ୟନ୍ତ ୧୦୦ରେ ପହଞ୍ଚିଥିଲା କିନ୍ତୁ ମାତ୍ର ୫ଦିନରେ ଅର୍ଥାତ ମେ ୨୮ ତାରିଖରେ ଏହି ସଂଖ୍ୟା ୨୦୨ ହେଲା ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଏପରି ଦ୍ରୁତଗତିରେ ବଢିବାର ଏକମାତ୍ର କାରଣ ପ୍ରବାସୀ ଓଡିଆଙ୍କ ପ୍ରବେଶ ଏଥିରେ ଦ୍ୱିମତ ନାହିଁ । ଆରମ୍ଭରୁ ପ୍ରଥମ ସ୍ଥାନରେ ଥିବା ସୁନ୍ଦରଗଡକୁ ପଛରେ ପକାଇ ଏବେ ବଲାଙ୍ଗୀର ଜିଲ୍ଲା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରଥମ ସ୍ଥାନରେ ଥିବା ସୁନ୍ଦରଗଡକୁ ପଛରେ ପକାଇ ଏବେ ବଲାଙ୍ଗୀର ଜିଲ୍ଲା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରଥମ ସ୍ଥାନରେ ରହିଛି । ବଲାଙ୍ଗୀର ଜିଲ୍ଲାରେ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ କରୋନା ପଜିଟିଭଙ୍କ ସଂଖ୍ୟା ୫୬ ରହିଥିଲା ଓ ସେମାନଙ୍କ ମଧ୍ୟରୁ ୬ଜଣ ଆରୋଗ୍ୟ ଲାଭ କରିଥିଲେ । ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ ଜିଲ୍ଲା ରହିଛି ଏଠାରେ ରୋଗୀସଂଖ୍ୟା ୩୯ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨୭ଜଣ ସୁସ୍ଥ ହେବାବେଳେ ସକ୍ରିୟ ରୋଗୀମାତ୍ର ୧୨ଜଣ ଅଛନ୍ତି । ସେହିପରି ୩୩ଜଣ ରୋଗୀଙ୍କ ସହିତ ବୌଦ୍ଧଜିଲ୍ଲା ତୃତୀୟ ସ୍ଥାନରେ ରହିଛି । ଏହି ଜିଲ୍ଲାରେ ୨୮ ଜଣ ସକ୍ରିୟ ଓ ୫ଜଣ ସୁସ୍ଥ ହେବା ସହିତ ଆରୋଗ୍ୟହାର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଜନସଂଖ୍ୟା ଦୃଷ୍ଟିରୁ ଅପେକ୍ଷାକୃତ ଛୋଟଜିଲ୍ଲା ହୋଇ ମଧ୍ୟ ଦେବଗଡ ମୋଟ ୨୪ଜଣ ପଜିଟିଭଙ୍କ ସହିତ ଅଞ୍ଚଳରେ ୪ର୍ଥ ସ୍ଥାନରେ ରହିଛି । ଏମାନଙ୍କ ମଧ୍ୟରୁ ୨୨ଜଣ ସକ୍ରିୟ ଓ ୨ଜଣ ସୁସ୍ଥ ରହିଛନ୍ତି । ଏହି ଶୃଙ୍ଖଳାରେ ମାତ୍ର ୭ଜଣ ପଜିଟିଭ ସହିତ ସମ୍ବଲପୁର ଢେର ପଛରେ ରହିଛି । ଏହି ୭ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

16 − 9 =