ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ

0 96

ବୌଦ୍ଧ:ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣର ନିୟନ୍ତ୍ରଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଙ୍ଗପାଳ ଆକ୍ରମଣରୁ ରକ୍ଷା ପାଇବା ପାଇଁ କିପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯଦି ବୌଦ୍ଧ ଜିଲ୍ଲାକୁ ପଙ୍ଗପାଳ ଆସିବାର ସମ୍ଭାବନା ଦେଖାଦିଏ ଏବଂ ତାହାର ପ୍ରଭାବରେ ଫସଲକୁ କିପରି ରକ୍ଷା କରାଯିବ ସେ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏନେଇ ନିରନ୍ତର ପ୍ରତିଦିନ ଖବର ସଂଗ୍ରହ କରିବାପାଇଁ ବିଭାଗୀୟ କ୍ଷେତ୍ର କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ କୃଷି ବିଭାଗଦ୍ୱାରା ଜାରି ହୋଇଥିବା ନିଶୁଳ୍କ ଫୋନନଂ ୧୮୦୦୧୦୨୫୧୬୬ ସେ ସୂଚନା ଦେବାପାଇଁ ସମସ୍ତ ଚାଷୀଭାଇମାନଙ୍କୁ ଅନୁରୋଧ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷର ଫୋନ ନଂ ୦୬୭୪-୨୩୯୪୯୦୭କୁ ମଧ୍ୟ ଯୋଗାଯୋଗ କରାଯାଇପାରିବ ।
ଏଥିପାଇଁ ଆବଶ୍ୟକୀୟ ସିଞ୍ଚନଯନ୍ତ୍ର ଓ ରାସାୟନିକ କୀଟ ନାଶକର ବ୍ୟବହାର ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏଥିସହିତ ବିଭିନ୍ନ ଉପାୟରେ ଯଥା ଟିଣ, କଂସାଥାଳି କିମ୍ବା ଅଧିକ ଶବ୍ଦ ବାହାରୁଥିବା ବାଜା ଓ ଯନ୍ତ୍ର ବଜାଇ କିମ୍ବା କଣ୍ଟାଯୁକ୍ତ ଡାଳରେ ପିଟି ଘଉଡାଇବା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଏସବୁ ବିଷୟରେ ପ୍ରଚାରକରି କୃଷକମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଏନ. ସି ଜ୍ୟୋତିରଂଜନ ନାଏକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଜିଲ୍ଲାର ସମସ୍ତ ତହସିଲଦାରମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

11 + thirteen =