ପାତାଳୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

0 169

ସୋନପୁର(ହୀ.ପ୍ର) : ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଲକ୍ଡ଼ାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ବିନା ଶ୍ରୀଜିଉଙ୍କ ନୀତି କାନ୍ତି ସମାପନ ହୋଇଛି । ସକାଳ୬ଘଣ୍ଟା ରୁ ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ ପରେ ଶ୍ରୀଜିଉଙ୍କୁଧାଡି ପହଣ୍ଡିରେ ସ୍ନାନ ମଣ୍ଡପ କୁ ବିଜେ କରାଇ ମାତ୍ର ୩୦ଜଣ ସେବାୟତଙ୍କ ଦ୍ୱାରା ସ୍ନାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ରୂପା କଳସୀରେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ୩୫ ଦେବୀ ସୁଭଦ୍ରାଙ୍କୁ ୨୨ ଓ ଶ୍ରୀ ସୁଦର୍ଶନଙ୍କୁ୧୮ ମୋଟ ୧୦୮କଳସୀ ସୁବାସିତ ଜଳ ରେ ସ୍ନାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ପାଳନ କରାଯାଇ ସମସ୍ତ ଦେବ ନୀତି ସମାପନ ହୋଇଥିଲାପରେ ପାଟ ବସ୍ତ୍ର ପରିଧାନ କରାଯାଇ କରାଯାଇଥିଲା । ହୋମଯଜ୍ଞ ରେ ପଣ୍ଡିତ ଦେବାର୍ଚ୍ଚନ ଦାଶ,କର୍ତ୍ତା ଗଡ଼ତ୍ୟା ଚମରା ଅମାତ ଓ ସ୍ନାନାଦି ନୀତି ରେ ଗୁଣାକର ପଣ୍ଡା, ଶ୍ରୀରାମ ପଣ୍ଡା,ଭବାନୀ ପଣ୍ଡା, ଲୋଚନ ନାୟକ, ଚିତ୍ତରଞ୍ଜନ ପାଢ଼ୀ, ମନୋରଞ୍ଜନ ପାଢ଼ୀ, ପ୍ରଦ୍ୟୁମ୍ନ ପାଢ଼ୀ, ବିକାଶ ପାଢ଼ୀ, ସୁଧିର ପୁରୋହିତ, ନିଳାଦ୍ରୀ ବିହାରୀ ପାଢ଼ୀ ପ୍ରମୁଖ ସହଯୋଗ କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ମହାଦେବ ସାହୁ, ନଳିନୀ କାନ୍ତ ବାଘ,ଜାନକୀ ରାମ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପରେ ଶ୍ରୀଜିଉଙ୍କୁ ଅଣସର ବିଜେ କରା ଯାଇଥିଲା ଏ ସମୟରେ ଗମ୍ଭୀରା ଭିତରେ ପଟ୍ଟିଦୀଅଁ ପୂଜା ପାଇବେ ବୋଲି ସେବାୟତଙ୍କ ସୁତ୍ରରୁ ପ୍ରକାଶ । ଚଳିତ ବର୍ଷ ପାତାଳୀ କ୍ଷେତ୍ରରେ ସାଧାରଣ ଭକ୍ତ ଙ୍କ ଦର୍ଶନ ବାରଣ ହେତୁ ଭକ୍ତମାନେ ଏପରି ବିରଳ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

two + 17 =