ରାଜ୍ୟରେ ପୁଣି ୧୭୩ ନୂଆ କରୋନା ପଜିଟିଭ ଚିହ୍ନଟ

0 189

ଭୁବନେଶ୍ୱର: ଜୁନ ମାସ ଆରମ୍ଭ ହେଉଣୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟ ସରକାର ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଥିବା ବେଳେ ତାହା ମଧ୍ୟ ସତ ହେବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନକୁ ଦିନ ସ୍ଥାନୀୟ ବାସିନ୍ଦଙ୍କ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୪, ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ବାଲେଶ୍ୱରରୁ ୧୧, କଟକରୁ ୧୩, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୧, ପୁରୀରୁ ଜଣେ, ନୟାଗଡରୁ ୭, ମୟୁରଭଞ୍ଜରୁ ୧୩, ନୂଆପଡାରୁ ୮, ଗଜପତିରୁ ୧୦, କଳାହାଣ୍ଡିରୁ ୨, ଝାରସୁଗୁଡାରୁ ଜଣେ ରହିଛନ୍ତି । ଆଜିର ୧୭୩କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୧୬୭ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୬୦୪ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେହିପରି ୮ଜଣଙ୍କ ପ୍ରାଣହାନୀ ଘଟିଛି ।

hiranchal ad1
Leave A Reply

Your email address will not be published.

3 × one =