ରଥଯାତ୍ରା ପ୍ରସ୍ତୁତ ବୈଠକ

0 189

ବୌଦ୍ଧ : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ ବ୍ଲକ ସଭା ଗୃହ ରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବବିତା ରାଣୀ ଦଳବେହେରା ସଭାପତିତ୍ୱ କରିଥିଲେ । ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ବିଡ଼ିଓ ଶରତ ବାଘ ପୁରୁଣାକଟକ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋଶନାରାଣୀ କାଉଁରୀ ଏବିଓ ଦେବରାଜ ପ୍ରଧାନ ସହାୟକ ଯନ୍ତ୍ରୀ ଅର୍ଜୁନ ଗଡ଼ନାୟକ, ପ୍ରତିମାପ୍ରଧାନ, ପ୍ରଦୀପ ନାୟକ , ସଲିଲ କୁମାର ଭୋକ୍ତା, ହରପ୍ରିୟା ମେହେର ପ୍ରମୁଖ ଯୋଗଦାନ କରିଥିଲେ। ସମ୍ପାଦକ ବାମଦେବ ଦାଶ ପୂର୍ବ ରଥଯାତ୍ରା ବୈଠକ ର ବିବରଣୀ ପାଠ କରିଥିଲେ ଓ ରଥ ମହୋତ୍ସବ ୨୦୧୯ ର ଆୟ ବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ସମ୍ପ୍ରତି ମହାମାରୀ କୋରନା କୋଭିଡ଼ି ୧୯ ର ସଂକ୍ରମଣ ଭୟାବହତା ଯୋଗୁ ନିରାଡ଼ମ୍ବର ସହକାରେ ମିନାବଜାର , ପ୍ରବଚନ , ଭଜନ ସନ୍ଧ୍ୟା ନାମସଂକୀର୍ତ୍ତନ ଆଦି କୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇ କେବଳ ସୀମିତ ସେବାୟତ ନିଯୋଗ ଓ ଆରକ୍ଷୀ ବଳ ସହାୟତା ନେଇ ସମଗ୍ର ହରଭଙ୍ଗା ବ୍ଲକ ର ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା ନୀତି ସମାପନ କରାଯିବାକୁ ସ୍ଥିର କରାଗଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ନୀତି ନିୟମ ଆଧାର ରେ ଯାତ୍ରା ସମାପନ କରିବା ପାଇଁ ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଆଞ୍ଚଳିକ ଗ୍ରାମ ମୁଖିଆ, ବୁଦ୍ଧିଜୀବୀ,ମହାରଣା କାରିଗର , ବ୍ରାହ୍ମଣ ସମାଜ ପ୍ରତିନିଧି ମାନେ ଯୋଗ ଦାନ କରିଥିଲେ।

hiranchal ad1
Leave A Reply

Your email address will not be published.

14 + six =