ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୩୮ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୨୫ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୧୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩, ଯାଜପୁର ଜିଲ୍ଲାରୁ ୬, ଖୋର୍ଦ୍ଧା ଜିଲ୍ଲାରୁ ୧୩, କଟକ ଜିଲ୍ଲାରୁ ୧୫, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ଭଦ୍ରକରୁ ୧୧, ବଲାଙ୍ଗୀରରୁ ଜଣେ, ସୁନ୍ଦରଗଡରୁ ୧୨, ପୁରୀ ଜିଲ୍ଲାରୁ ୭, ନୟାଗଡ ଜିଲ୍ଲାରୁ ୩, ମୟୁରଭଞ୍ଜ ଜିଲ୍ଲାରୁ ୩, ନୂଆପଡା ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୧୦, ଢେଙ୍କାନାଳ ଜିଲ୍ଲାରୁ ୩, କନ୍ଧମାଳ ଜିଲ୍ଲାରୁ ୧୦, କଳାହାଣ୍ଡି ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲା ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୮୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି୯ଜଣ ଏହି ବିଶ୍ୱ ମହାମାରୀରେ ପ୍ରାଣ ହରାଇଛନ୍ତି ।