ଆସନ୍ତା ୧୨ ତାରିଖ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

0 125

ଭୁବନେଶ୍ୱର : ଓଡିଶାରେ ମୌସୁମୀ ସ୍ୱାଭାବିକ ଭାବେ ଜୁନ୍ ମାସର ପ୍ରଥମ ସପ୍ତାହରେ ପହଞ୍ଚିଥାଏ । ତେବେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହା ସମୟକ୍ରମେ ଜୁନ ମାସର ଦ୍ୱିତୀୟ ସପ୍ତାହରେ ଗତ କିଛି ବର୍ଷ ଧରି ପହଞ୍ଚୁଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୧ କିମ୍ବା ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବ ମୌସୁମୀ ଉପରେ ପଡିପାରେ ବୋଲି କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେଲେ ୧୦ ତାରିଖରୁ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଏବଂ ଆଭ୍ୟାନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ରହିଛି । ଜୁନ୍ ପହିଲାରେ ମୌସୁମୀ ବାୟୁ କେରଳ ଛୁଇଁଥିବାରୁ ରଜପାଗ ଧୋଇହୋଇଯିବା ଆଶଙ୍କା ପାଣିପାଗ ବିଭାଗ କରିଛି ।

hiranchal ad1
Leave A Reply

Your email address will not be published.

13 − 8 =