ବୌଦ୍ଧ : ଆଜି ଅପରାହ୍ନରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଅଂଚଳରେ ବ୍ୟାପକ ଝଡତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯିବା ସହ ବଡ ବଡ ଗଛ ଗୁଡିକ ଉପୁଡି ପଡିଥିଲା । ଘଣ୍ଟାପଡା ସେବା ସମବାୟ ସମିତିର ସାମ୍ନାରେ ଥିବା ଏକ ଗଛ ଭାଙ୍ଗିଯାଇ ଗେଟ ଉପରେ ପଡିଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏତେ ଜୋରରେ ପବନ ହୋଇଥିଲେ ମଧ୍ୟ କେବଳ ଘଣ୍ଟାପଡା ଗ୍ରାମକୁ ଛାଡିଦେଲେ ଅନ୍ୟ କୌଣସି ଗ୍ରାମରେ କିଛି କ୍ଷୟକ୍ଷତି ହୋଇନାହିଁ । କଣ୍ଟାମାଳରୁ ଦମକଳ ବାହିନୀ ଯାଇ ରାସ୍ତା ଓ ଘର ଉପରେ ପଡିଥିବା ଗଛ ଗୁଡିକ କାଟି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।