ପାରଳାଖେମୁଣ୍ଡିରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

0 116

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ସକାଶେ ଚଳିତବର୍ଷ ରଥ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ୱଳ୍ପସଂଖ୍ୟକ କାରୀଗରଙ୍କୁ ଧରି ରଥ ନିର୍ମାଣ ଚାଲିଥିଲା । ତେବେ ଚଳିତ ବର୍ଷ ତିନୋଟି ରଥ ବଦଳରେ ଗୋଟିଏ ରଥ ନିର୍ମାଣ କରାଯାଇଛି।ଗୋଟିଏ ରଥରେ ତିନି ବିଗ୍ରହଙ୍କୁ ରଥାରୂଢ କରି ନୀତିକାନ୍ତି କରାଯିବାର ବ୍ୟବସ୍ଥା ରହିଛି । ପ୍ରକାଶଥାଉକି ଗତ ଆଠବର୍ଷ ଧରି ତିନୋଟି ରଥ ନିର୍ମାଣ ଚାଲିଥିଲା। ବର୍ତ୍ତମାନ କରୋନାକୁ ଦୃଷ୍ଟିରେ ରଖି ଓ କମିଟିର ନିଷ୍ପତ୍ତି କ୍ରମେ ଗୋଟିଏ ରଥ ନିର୍ମାଣ କରାଯାଇଛି। ବିଗତ ବର୍ଷ ପରି ରଥଯାତ୍ରା ଜାକଜମକରେ ହୋଇ ନ ପାରେ କିନ୍ତୁ ସଂସ୍କୃତି ଓ ପରମ୍ପରା କୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ଏହାର ବାସ୍ତବ ଚିତ୍ର କିଭଳି ରହିବ ତାକୁ ହିଁ ଅପେକ୍ଷା କରିବାକୁ ହେବ।

hiranchal ad1
Leave A Reply

Your email address will not be published.

twelve − ten =