ମୁଖ୍ୟରାସ୍ତା ପାଲଟିଛି କୃତ୍ରିମ ହ୍ରଦ

0 131

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଫାୟାର ଷ୍ଟେସନ ଛକଠାରୁ ଫରେଷ୍ଟ ଗେଟ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଯାହାଫଳରେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୌସୁମୀ ଆଗମନ ପୂର୍ବରୁ ରାସ୍ତା କାମ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି କୃତ୍ରିମ ହ୍ରଦ ପାଲଟୁଛି । ଛୋଟ ବଡ଼ ଦୁର୍ଘଟଣା ହେବାର ଆଶଙ୍କା ରହିଛି ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଉଛି । ବିଭଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ଜନ ସାଧାରଣ ଦୁର୍ଘଟଣାରୁ ବଞ୍ଚି ପାରିବେ ବୋଲି ଜନ ସାଧାରଣ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

16 − thirteen =