ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଆପ ଗଜପତି ପକ୍ଷରୁ କେନ୍ଦ୍ର ସରକାରଙ୍କଦ୍ଵାରା ତୈଳଦର ବୃଦ୍ଧିକୁ ବିରୋଧ କରାଯାଇ ଭୀକ୍ଷୋଭ ପଦର୍ଶନ କରା ଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଂଜ ସାମନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମରେ ଦଳୀୟ ସଦସ୍ୟ ଲିଙ୍ଗରାଜ ପାଣିଗ୍ରାହୀ,ଲୋକନାଥ ଭୁକ୍ତା, କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ଅଧିକାରୀ, ଲୋଗେସ ଦାସ ବର୍ଦ୍ଧନ,ଝକ ମୋଦିବ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର କ ରୋନା ମହାମାରୀ ନାମରେ ତୈଳ ଦର ଆହୁତକ ଭାବେ ବଢ଼ାଇ ଚାଲିଛନ୍ତି। ବିଗତ୨୨ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ୧୦ଟଙ୍କା ରୁ ବୃଦ୍ଧି ପାଇ ଆଜି ୮୦ଟଙ୍କା ପାର ହୋଇଛି । ଆମ ଆଦମୀ ପାର୍ଟି ଏହି ତୈଳ ଦର ବୃଦ୍ଧି କୁ ତୀଵ୍ର ନିନ୍ଦା କରିଛି ।କରୋନା ନାମରେ ଜନସାଧାରଣଙ୍କୁ ଲୁଟିବା ବିରୋଧରେ ଆଜି ରାଜ୍ୟ ବ୍ୟାପି ଆନ୍ଦୋଳନ କରିବା କୁ ନିଷ୍ପତି ନେଇଛି। ବର୍ଦ୍ଧିତ ତୈଳ ଦର କୁ ହ୍ରାସ କରିବା ପାଇଁ ଦାବି କରୁଛି । ସମସ୍ତଙ୍କ ଅବଗତି ନିମନ୍ତେ ଆମେ ସ୍ୱଷ୍ଟ କରୁଛୁ ଯେ ତୈଳଦର ବୃଦ୍ଧିରେ କରୋନା ସହିତ କୌଣସି ସମ୍ପର୍କ ନାହିଁ। କ ରୋନା ହେତୁ ଲୋକଙ୍କ ର ଜୀବନ ଜୀବିକା ଉପରେ ସଙ୍କଟ ଦେଖା ଦେଇଥିବା ବେଳେ ଏବଂ ରୋଜଗାର ବନ୍ଦ ଥିବା ବେଳେ ସରକାର ଏ ପରି ଲୁଟ ରୁ କ୍ଷାନ୍ତ ରହିବା ଉଚିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ଆଜି ଫଳ, ଔଷଧ,ପନିପରିବା ଆଦି ଖାଦ୍ୟ ପଦାର୍ଥ ଇତ୍ୟାଦି ଦର ଆକାଶ ଛୁଆଁ ହୋଇଛି। କୃଷି ସାମଗ୍ରୀ ଓ ଚାଷର ଖର୍ଚ୍ଚ ବଢୁଛି ଏ ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନ କରି ଅନ୍ୟ ଉପାୟରେ ସମ୍ବଳ ସଂଗ୍ରହ କରିବା ଉଚିତ।