ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ର ଜଣେ ଆଇନଜୀବିଙ୍କ କରୋନା ସଂକ୍ରମଣ ଥିବା ସନ୍ଦେହରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଓକିଲଙ୍କ ସଂସ୍ପର୍ଶରେ ଟାଉନଥାନାର ଜଣେ ଏଏସଆଇ ଆସିଥିବାର ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ ଟାଉନ ଥାନା ଓ ମୁଖ୍ୟ ରାସ୍ତାକୁ ସାନିଟାଇଜ କରାଯାଇଛି । ଏଥିସହିତ ଉକ୍ତ ଓକିଲ ଜଣକ ଆଉ କା ସଂସ୍ପର୍ଶରେ ଆସିଛନ୍ତି ତାହା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉ ଥିବାର ସୂଚନା ମିଳିଛି ।