ସମ୍ କୋଭିଡ ହସ୍ପିଟାଲରେ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

0 125

ଭୁବନେଶ୍ୱର, ୨୦/୭: କୋଭିଡ-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଶେଷ ହୋଇଛି । ସମ୍ କୋଭିଡ ହସ୍ପିଟାଲରେ ଆଜି ଏହାର ବିଧିବଦ୍ଧ ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ପ୍ରଥମ କୋଭିଡ-୧୯ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ରାଜ୍ୟର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲକୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) ମନୋନିତ କରିଛି । ଆଇସିଏମ୍‌ଆର୍ ଓ ଭାରତର ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ ପ୍ରସ୍ତୁତ ଚାଲିଥିବା ବେଳେ ସମ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ପାଇଁ ବିଧିବଦ୍ଧ ଭାବେ ପ୍ରିଭିଟିଫ୍ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ୍ ୟୁନିଟ୍ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ରିଜୁନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ଡ. ସଂଘମିତ୍ର ପତି , ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ସେହିଭଳି ସମ୍ ହସ୍ପିଟାଲ ପକ୍ଷରୁ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, କମନ୍ୟୁଟି ମେଡିସିନ ବିଭାଗର ପ୍ରଫେସର ଡ. ଭେଙ୍କେଟ ରାଓ ଉପସ୍ଥିତ ଥିଲେ । ଆଜି ଏହି ଟ୍ରାଏଲ୍‌ର ସ୍କ୍ରିନିଂ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ଟୀକା ପରୀକ୍ଷଣ ପାଇଁ ନିଷ୍ପତ୍ତି କରାଯାଇଥିବା ଡ. ରାଓ କହିଥିଲେ । ୪ଟି ପର୍ଯ୍ୟାୟରେ ଏହା ମଣିଷ ଉପରେ ପରୀକ୍ଷଣ କରାଯିବ । ଆସନ୍ତା ବୁଧବାରଠାରୁ ସମ୍ ହସ୍ପିଟାଲରେ କୋଭାନିକ୍ସର ମାନ ମଧ୍ୟ ପରୀକ୍ଷଣ ହେବ । ଏ ନେଇ ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିଟି ମେଡିସିନ ଲ୍ୟାବ୍ ଉଦଘାଟିତ ହୋଇଛି । ତେବେ ଏହାକୁ ନେଇ ରାଜ୍ୟବାସୀ ଖୁବ ଆଶାବାଦୀ ବୋଲି ମତ ପ୍ରକାଶ ପାଇଛି । ରାଜ୍ୟରେ କରୋନା ଭୟବହତା ଏହାକୁ ସଫଳତା ଦିଗରେ ଆଗକୁ ନେଇପାରିବ ବୋଲି ରାଜ୍ୟବାସୀ ଆଶା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =