ପୋଖରୀ ହୁଡା ରାସ୍ତାକୁ ସଫେଇ କଲେ ଜେନା ସାହିବାସୀ

0 562

ବୌଦ୍ଧ: ହରଭଙ୍ଗା ବ୍ଲକର ପୁରୁଣାକଟକ ଗ୍ରାମ ଜିଲ୍ଲାର ଗୋଟିଏ ପ୍ରମୁଖ ଗ୍ରାମ । ଦିନକୁ ଦିନ ପୁରୁଣାକଟକର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହି ପରିମାଣରେ ପରିମଳ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଲାଗୁଛି । ପୁରୁଣାକଟକ ଏମ.ଇ. ସ୍କୁଲ ପଛ ପାଖରେ ଶହ ଶହ ବର୍ଷର ଗୋଟିଏ ପୁରୁଣା ପୋଖରୀ ରହିଛି । ପୋଖରୀ ହୁଡାକୁ ଚତୁଃପାର୍ଶ୍ୱରେ ଥିବା ସାହି ବାସିନ୍ଦା ମାନେ ଯିବା ଆସିବା ରାସ୍ତା ଭାବରେ ବ୍ୟବହାର କରିଥାଆନ୍ତି । ଜନବହୁଳତା ଦୃଷ୍ଟିରୁ ଓ ଶୌଚାଳୟ ବ୍ୟବହାର ପାଇଁ ମାନସିକତାର ଅଭାବ ଯୋଗୁଁ କିଛି ବ୍ୟକ୍ତି ପୋଖରୀ ହୁଡାରେ ଝାଡା ଫେରି ଅପରିଷ୍କାର କରୁଥିଲେ ।

hiring

ସେ ରାସ୍ତା ଉପରେ ନିର୍ଭର କରୁଥିବା ଜେନାସାହିର ଯୁବକମାନେ ପାଳି କରି ବିଳମ୍ବିତ ରାତି ଯାଏଁ ପହରା ଦେଇ ପୋଖରୀ ହୁଡାରେ ଝାଡା ନ ଫେରିବାକୁ ଲୋକଙ୍କୁ ସଚେତନ କରି ସଫଳ ହୋଇଛନ୍ତି । ଲୋକେ ଝାଡା ଫେରିବା ସିନା ବନ୍ଦ କଲେ ହେଲେ ଘରର ଅଳିଆ ଆଣି ପୋଖରୀ ହୁଡାରେ ପକାଉଥିବାରୁ ଆବର୍ଜନା ପରିବେଶ ସୃଷ୍ଟି ହେଉଥିଲା ।
ପୋଖରୀ ହୁଡାକୁ ସଫା କରିବାପାଇଁ ଆଜି ପୁଣି ଅଣ୍ଟା ଭିଡିଲେ ଜେନା ସାହିବାସୀ । ଡାଲା କୋଡି ଧରି ସଫା କଲେ ପୋଖରୀ ହୁଡା । ଯାହା ପ୍ରଶାସନ କି ଗ୍ରାମ ପଂଚାୟତ ଦ୍ୱାରା ବାରମ୍ବାର ଅଭିଯୋଗ ସତ୍ୱେ ବର୍ଷ ବର୍ଷ ଧରି ହୋଇ ପାରିନଥିଲା ତାହା କିଛି ଯୁବକଙ୍କ ସମ୍ମିଳିତ ଉଦ୍ୟମରେ କିଛି ଘଣ୍ଟା ମଧ୍ୟରେ ସମ୍ଭବ ହୋଇ ପାରିଥିବା ଯୋଗୁଁ ସେମାନଙ୍କ ଏ କାମକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

one × two =