କଠୋର ପଦକ୍ଷେପ ନ ହେବାରୁ କଟକଣାକୁ ମାନୁନାହାନ୍ତି ଅମାନିଆ

0 73

ରାଉରକେଲା : ଓଡିଶାର କିଛି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ୧୪ ଦିନିଆ ସଟଡାଉନ କରାଯାଇଛି । ରାଉରକେଲା ସହରରେ ଲକଡାଉନ ପ୍ରକ୍ରିୟା ଲାଗୁ ରହିଥିବା ବେଳେ କେହି ଏହି କଟକଣାକୁ ମାନୁନାହାନ୍ତି । ଲକଡାଉନ ସମୟରେ ଲୋକେ ଘରୁ ବାହାରି ପଦାରେ ବୁଲାବୁଲି କରୁଛନ୍ତି । କିଛି ସ୍ଥାନରେ ଯାଞ୍ଚ କରାଯାଉଥିଲା ବେଳେ ଅମାନିଆ ଲୋକେ ବିଭିନ୍ନ ଆଳ ଦେଖାଇ ବାହାରେ ବୁଲୁଛନ୍ତି । ଲକଡାଉନ ଜାରି ହେବା ପରେ ଜିଲ୍ଲା ପ୍ରଶାସନ ଏ ନେଇ କଠୋର ହେଉନଥିବା ବେଳେ ଲୋକେ ମଧ୍ୟ ସଚେତନ ହେଉନାହାନ୍ତି । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଆଉ କୌଣସି ଦୋକାନ ଖୋଲା ରହିବନି । ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ ୬ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅପରାହ୍ନ ୧ଟାରେ ଦୋକାନ ବଜାର ସବୁ ବନ୍ଦ ହେଉଛି । ମାତ୍ର ରାସ୍ତାରେ ଲୋକଙ୍କ ଚଳପ୍ରଚଳ ବନ୍ଦ ହେଉନି । ସକାଳ ସମୟରେ କାଁ ଭାଁ ଯାଞ୍ଚ ହେଉଥିବା ବେଳେ ସଂଧ୍ୟାରେ କଡାକଡି ଯାଞ୍ଚ ହେଉନି । ଲକଡାଉନ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ରାସ୍ତାରେ ଲୋକଙ୍କୁ ଦେଖିବାକୁ ମିଳୁଛି । ବିଶେଷ ଭାବେ ପରିବା ବଜାର ଗୁଡିକରେ ପ୍ରବଳ ଗହଳି ରହୁଥିବା ବେଳେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ରହୁନି । ଏପରିକି ମାଛ, ମାଂସ ଦୋକାନ ଗୁଡିକରେ ସାମାଜିକ ଦୂରତାକୁ ଫୁ କରି ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଲକଡାଉନ ସମୟରେ ଅଯଥାରେ ପଦାରେ ବୁଲୁଥିବା ଅମାନିଆ ମାନଙ୍କୁ ସାବାଡ କରିବାକୁ ହେଲେ ପ୍ରଶାସନକୁ ଆହୁରି କଠୋର ହେବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

fourteen − five =