୧୧ଜିଲ୍ଲାରେ ମରୁଡି ଆଶଙ୍କା

0 89

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ ସ୍ୱାଭାବିକ ବର୍ଷାଠାରୁ ୧୧ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବାରୁ ମରୁଡି ଆଶଙ୍କା ଦେଖାଦେଇପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମୌସୁମୀ ଋତୁରେ ପୁରୀରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଖୋରଧା, ନୟାଗଡ, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଜୁନ୍ ପହିଲାରୁ ଜୁନ୍ ୨୨ତାରିଖ ମଧ୍ୟରେ ୧୭୭.୯ ମିମି ବର୍ଷା ପୁରୀରେ ରେକର୍ଡ କରାଯାଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୪୧୭.୪ ମିମି. ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୯ ପ୍ରତିଶତ କମ୍ । କଟକ ଜିଲ୍ଲାରେ ୩୯ ପ୍ରତିଶତ, ଖୋରଧା ଜିଲ୍ଲାରୁ ୪୩ ପ୍ରତିଶତ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ୩୮ ପ୍ରତିଶତ କମ୍ ବର୍ଷା ହୋଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ ସମ୍ଭାବନା ନଥିବାରୁ ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ନ ହେଲେ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇପାରେ ।

hiranchal ad1
Leave A Reply

Your email address will not be published.

4 × three =