ଗାଁ ନା ହେଲା “ରଙ୍ଗବତୀ’

0 88

ଭୁବନେଶ୍ୱର ୨୨ ।୭: ସମ୍ବଲପୁର ଭାଷାରେ ରଚିତ ଓ ସ୍ୱର ତାଳରେ ଗଠିତ ପ୍ରସିଦ୍ଧ ଲୋକଗୀତ “ରଙ୍ଗବତୀ’ ବଦଳାଇ ଦେଇଛି ଗାଁର ନା । ଯେଉଁ ଗାଁ ଦିନେ ବିଲୁଙ୍ଗ ନାରେ ପରିଚିତ ଥିଲା ସେହି ଗାଁର ନା ଏବେ ରଙ୍ଗବତୀ ନା’ରେ ପରିଚିତ ହେବ । ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରଙ୍ଗବତୀ ହେଉଛି ଓଡିଶା ତଥା ସମଗ୍ର ବିଶ୍ୱର ଏକ ଲୋକପ୍ରିୟ ଲୋକ ସଂଗୀତ । ଏହି ଗୀତର ଶ୍ରଷ୍ଟା ହେଉଛନ୍ତି ମିତୃଭାନୁ ଗୌନ୍ତିଆ । ତାଙ୍କର ଗାଁର ନାମ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ବିଲୁଙ୍ଗ । ରଙ୍ଗବତୀ ପାଇଁ ମିତୃଭାନୁ ବେଶ ପ୍ରସିଦ୍ଧ ଲାଭ କରିଥିବାରୁ ଗାଁର ନା’ ରଙ୍ଗବତୀ କରିବାକୁ ସ୍ଥାନୀୟ ଅଂଚଳର ଲୋକେ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ଏଭଳି ଏକ ପ୍ରସ୍ତାବକୁ ରାଜସ୍ୱ ବିଭାଗ ଗ୍ରହଣ କରି ଗାଁ ଲୋକଙ୍କର ଦାବି ଅନୁଯାୟୀ ଏହାର ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + seventeen =