ଦୁଇ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନ ସହିତ ନର୍ସିଂହୋମ ସିଲ୍‌

0 969

ସମ୍ବଲପୁର : ଏଠାକାର ସବୁଠୁ ବଡ଼ ଘରୋଇ ଚିକିତ୍ସାଳୟ ସଞ୍ଜିବନୀ ହସ୍ପିଟାଲରରେ ଗତରାତି ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେଠାକାର ଦୁଇଜଣ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନକୁ ଯାଇଛନ୍ତି ଓ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ପ୍ରାୟ ତିନି ଦିନ ପୂର୍ବେ ଉକ୍ତ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କୁ ଚିକିତ୍ସାପାଇଁ ଅଣା ଯାଇଥିଲା । ସେତେବେଳେ ତାଙ୍କର ସ୍ୱାବ ପରୀକ୍ଷା ନିଗେଟିଭ ଆସିଥିବାରୁ ତାଙ୍କୁ ସେଠାରେ ଭର୍ତ୍ତି କରା ଯାଇଥିଲା । ଗତକାଲି ତାଙ୍କର ସ୍ୱାବ ପରୀକ୍ଷା ପଜିଟିଭ ବାହାରିଲା ଓ ଏହା ଜଣାପଡ଼ିଲା କ୍ଷଣି ତାଙ୍କୁ ଚିକିତ୍ସା କରୁଥିବା ଦୁଇଜଣ ବରିଷ୍ଠ ଡ଼ାକ୍ତରଙ୍କ ସହିତ ସେଠାରେ କାର୍ଯ୍ୟରତ ୩୨ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ଓ ଉକ୍ତ ଚିକିତ୍ସାଳୟକୁ ସିଲ୍ କରାଯାଇଛି । ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କ ଏଠାରେ ଲୋକପ୍ରିୟତା ଯଥେଷ୍ଟ ରହିଥିବାରୁ ସେ ସର୍ବସାଧାରଣଙ୍କୁ ଅପିଲ କରିଛନ୍ତି ଯେ ଗତ ୧୬ ଜୁଲାଇଠାରୁ ତାଙ୍କ ସଂସ୍ପର୍ଶ ରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ସ୍ୱାବ ପରୀକ୍ଷା କରାଇ ସନ୍ତୁଷ୍ଟ ଓ ସୁରକ୍ଷିତ ହୋଇଯାଆନ୍ତୁ ।

hiranchal ad1
Leave A Reply

Your email address will not be published.

three × two =