ଫୁଲବାଣୀ : ଚଳିତ ବର୍ଷ ରାଜ୍ୟସଭାକୁ ସମଗ୍ର ଦେଶରୁ ୬୧ଜଣ ରାଜ୍ୟସଭା ପାର୍ଥୀ ରୂପେ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ରାଜ୍ୟସଭା ପାର୍ଥୀ ରୂପେ ଓଡିଶାରୁ ୪ଜଣ ମନୋନୀତ ହୋଇ ମାର୍ଚ୍ଚ ୧୯ରେ ପ୍ରମାଣ ପତ୍ର ପାଇବା ପରେ ଏପ୍ରିଲ ୪ତାରିଖରେ ଶପଥ ନେବାର ଥିଲା କିନ୍ତୁ କରୋନା ମହାମାରୀର କବଳରେ ସମଗ୍ର ଦେଶ ସହିତ ଓଡ଼ିଶା ମଧ୍ୟ କବଳିତ ହେବାରୁ ଶପଥ ପାଠ ସ୍ଥଗିତ ରଖାଯାଇଥିଲା । ଜୁଲାଇ୨୨ରେ ଦିଲ୍ଲୀଠାରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ରାଜ୍ୟସଭା ଭବନରେ ଏମାନଙ୍କୁ ଶପଥ କରାଇଥିଲେ । ଓଡ଼ିଶାର ୪ଜଣ ମନୋନୀତ ରାଜ୍ୟସଭା ପାର୍ଥୀ ହେଲେ ରାଜ୍ୟ ସଂଖ୍ୟା ଲଘୁ ସେଲର ସଭାପତି ମୁନା ଖାଁ, ଶ୍ରୀ ସୁବାଷ ସିଂ, ଶ୍ରୀ ସୁଜିତ କୁମାର, ଶ୍ରୀମତୀ ମମତା ମହନ୍ତ । ଶପଥ ପାଠ ସରିବା ପରେ ରାଜ୍ୟ ବିଜେଡି ସଂଖ୍ୟା ଲଘୁ ସେଲର ସମ୍ପାଦକ ମହମ୍ମଦ ୟାସିନ ବେଗ ରାଜ୍ୟସଭାର ସମସ୍ତ ପାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ମୁନା ଖାଁ କୁ ହୃଦୟର ସହ କୃତଜ୍ଞତା ଜଣାଇବା ସହ କନ୍ଧମାଳ ଜିଲ୍ଲାର ସମସ୍ତ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ନଜର ରଖିବା ପାଇଁ ନିବେଦନ କରିଥିଲେ ।
ତାଙ୍କ ସହ ଜିଲ୍ଲା ସଂଖ୍ୟା ଲଘୁ ସେଲର ସଭାପତି ଜୟା ନନ୍ଦ ନାୟକ, ସାଧାରଣ ସମ୍ପାଦକ ଇମାନୁଏଲ ରଥ,ସମ୍ପାଦକ ବିମଳ କୁମାର ନାୟକ,ମହମ୍ମଦ ଗାନି, ଅମିତ ନାୟକ ଏବଂ ଫୁଲବାଣୀ ନଗର ସଭାପତି ସୟଦ ବଖାରି ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post